ପୁଣେ ୧୩|୧୧: ମହାରାଷ୍ଟ୍ର ପୁଣେରେ ଏଭଳି ଏକ ଘଟଣା ନଜରକୁ ଆସିଛି ସ୍ତ୍ରୀର ଓଜନ ବଢିବା କାରଣରୁ ଖାଇବାକୁ ଦେଉନଥିଲା ସ୍ବାମୀ । ପୁଣେ କ୍ରୋନ୍ଧଓ୍ବା ସ୍ଥିତ ଉନ୍ଦରିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀର ଓଜନ କମ୍ କରିବା ପାଇଁ ତାଙ୍କୁ ଜୋର ଜବରଦସ୍ତି କିଛି ଦିନ ହେବ ଉପାସରେ ରଖିଥିଲେ । ନଖାଇବା କାରଣରୁ ୩୪ବର୍ଷୀୟ ମହିଳାଙ୍କ ଆବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ଫଳରେ ମହିଳା ଜଣଙ୍କ ଏଭଳି ଅତ୍ୟାଚାର ସହ୍ୟ କରିନପାରି ଏବେ ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ।
ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଏବଂ ସଂପୃକ୍ତ ମହିଳା ୨୦୦୬ ମସିହାରେ ବିବାହ କରିଥିଲେ । ବିବାହ ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଉନ୍ଦରି ଇଷ୍ଟେଟ ଇଷ୍ଟୋନିଆ ସୋସାଇଟିରେ ରହିବାକୁ ଲାଗିଲେ । ବିବାହର ୬ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ୬ମାସ ପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ମହିଳାଙ୍କ ଓଜନ ମଧ୍ୟ ବଢିଯାଇଥିଲା। ସ୍ତ୍ରୀର ଓଜନ ବଢିବା କାରଣରୁ ଅଭିଯୁକ୍ତ ସ୍ବାମୀ ବହୁତ ଚିନ୍ତାରେ ରହୁଥିଲେ । ସ୍ତ୍ରୀଙ୍କର ଓଜନ କମ୍ କରାଇବା ପାଇଁ ସେ ତାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ଏଭଳି ଭାବେ କିଛିଦିନ ସେ ତାଙ୍କୁ ଉପାସରେ ରଖିଥିଲେ। ଏହାଛଡା ଅଭିଯୁକ୍ତ ସ୍ତ୍ରୀଙ୍କ ବାପା ମାଆଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ।
ଅଭିଯୁକ୍ତ ପୀଡିତା ମହିଳାଙ୍କୁ ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ଅତ୍ୟାଚାର କରୁଥିଲା । ଖାଇବାକୁ ନଦେବା ସହ ମାରପିଟ ମଧ୍ୟ କରୁଥିଲା । ଏହାପରେ ଅଭିଯୁକ୍ତ ହଠାତ୍ ସେହି ଘର ଛାଡି ବାବଧାନରେ ରହିବାକୁ ଲାଗିଲେ । ଘର ଛାଡିବା ପରେ ଉକ୍ତ ଫ୍ଲାଟ୍ କୁ ବିକ୍ରି କରିବା ପାଇଁ ମଧ୍ୟ ସେ ପୀଡିତା ମହିଳାଙ୍କୁ ବାଧ୍ୟ କରିଥିଲେ ।
ପୀତିଡା ମହିଳା ଏବଂ ତାଙ୍କ ସ୍ବାମୀ ଉଭୟ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଗତ ମାସରେ ମହିଳାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା । ଉଭୟଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ।
ଉନ୍ଦରିରେ ନିଜ ଘର ଛାଡିବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଛାଡପତ୍ର ଦେବା ପାଇଁ ନୋଟିସ୍ ପଠାଇଥିଲା । ମାତ୍ର ପିଡୀତା ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ । ପୀଡିତା ବିବାହ କାଉନସେଲିଂ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ମାତ୍ର ଅଭିଯୁକ୍ତ ସ୍ବାମୀ ତାଙ୍କୁ ସେ ସମ୍ବନ୍ଧରେ କିଛି ହେଲେ ବି ଉତ୍ତର ଦେଇନଥିଲେ । ଶେଷରେ ପୀଡିତା ମହିଳାଙ୍କୁ କିଛି ବାଟ ନମିଳିବାରୁ ସେ ଶେଷରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ନିକଟରେ ମାମଲା ଦାୟର ମଧ୍ୟ କରିଛନ୍ତି ।
from News7 https://ift.tt/2PrUUz0
No comments: