
ବଲାଙ୍ଗିର: ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଗାଁରେ ତାଙ୍କ ମରଶରୀର ପହଞ୍ଚିଲା ପରେ ଗାଁ ପରିବେଶ ଶୋକାକୁଳ ହୋଇଯାଇଛି।
ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେୱାଡ଼ା ଅରନ୍ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍ କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ।
ଅଚ୍ୟୁତଙ୍କ ସହିତ ୨ ଜଣ ସିଆର୍ପିଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସମସ୍ତଙ୍କୁ ଗତକାଲି ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଦନ୍ତେୱାଡା ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ ଶେଷ ସମ୍ମାନ ଦେଇଥିଲେ।
ଆଗରୁ ସେନା ବାହିନୀରେ ଥିଲେ ଅଚ୍ୟୁତ। ସେ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ରେ ପାଠ ପଢ଼ିଥିଲେ। ତା ପରେ ସେ ୨୦୧୩ରୁ ନୂଆଦିଲ୍ଲୀରେ ଦୂରଦର୍ଶନ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ।
from OTV Khabar https://ift.tt/2CRLRzS
No comments: