ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ

ବାଲେଶ୍ବର ୩୧/୧୦:  ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ ।  ଝାଡଖଣ୍ଡ ଦଲମା ଜଙ୍ଗଲରୁ ୭୫ରୁ ଅଧତ୍କ ହାତୀ ଦୁଇଟି ପୃଥକ ଦଳରେ ନୀଳଗିରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ।  ହାତୀ ପଲ ଗୁଡିକ ଦିନସାରା ଜଙ୍ଗଲ ଭିତରେ ଥିବାବେଳେ ସନ୍ଧ୍ୟାରେ ଜଙ୍ଗଲକୁ ଲାଗିଥିବା ଧାନକ୍ଷେତକୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ଗୁଡିକ ଭଉରିଆବାଡ ପଂଚାୟତ ବୟାରସାହି, କାନ୍ଥସିମୁଳିଆ ଏବଂ ଜଡିବାଲି ଗାଁରେ ଆତଙ୍କ ଖେଳାଇଛନ୍ତି । ତେବେ ଗାଁରେ ହାତୀ ଉପଦ୍ରବ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏବେ ବିଦ୍ୟୁତ କାଟ ହୋଇଥିବାରୁ ଅନ୍ଧାରରେ ଗ୍ରାମବାସୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସୁରକ୍ଷା ପାଇଁ ଗ୍ରାମବାସୀମାନେ ରାତି ସାରା ନିଆଁ ଜାଳି ଜଗି ରହୁଥିବାର ଦେଖାଯାଇଛି । ସେପଟେ ହାତୀ ଥିବା ଜଙ୍ଗଲ ଚାରିପଟେ ପୋଲିସ ଏବଂ ବନକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ହାତୀ ଯେପରି ଗାଁକୁ ଯାଇ ଘର ଦ୍ବାର ନଷ୍ଟ ନକରିବ  ଏ ନେଇ ପାଟ୍ରୋଲିଂ କରାଯାଉଛି। କୁଲଡିହା ଏସସିଏଫ ଲକ୍ଷ୍ମଣ କୁମାର ପ୍ରଧାନ ଏବଂ ନୀଳଗିରି ରେଞ୍ଜର ସୁକୁମାର ଦାସଙ୍କ ତତ୍ବାବଧାନରେ ବନକର୍ମଚାରୀମାନେ ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

 

 



from News7 https://ift.tt/2ESQjB4
ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.