Featured Posts

[Travel][feat1]

ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ Santosh Kumar Sahoo

January 26, 2024

ପିକନିକ୍ ଯିବା ହେଲା କାଳ । ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଗତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ।

ତେବେ ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୧ ଗୁରୁତରଙ୍କ ମଧ୍ୟରୁ ୪ ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ୭ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ନୟାଗଡ଼ ଏସପି ରାହୁଲ ଜୈନ ମେଡିକାଲ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

 



from Latest Odisha News, Breaking News Today | Top Updates on Corona - OTV News https://ift.tt/OqBHngD
ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ Santosh Kumar Sahoo ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ Santosh Kumar Sahoo Reviewed by SUBHENDU BARAL on January 26, 2024 Rating: 5

ଯୁବକମାନଙ୍କ ପାଖରେ ଏହି ୫ ଗୁଣ ଥିଲେ ଝିଅମାନେ ହୋଇଥାନ୍ତି ପ୍ରଭାବିତ Pramod Behera

January 26, 2024

ପ୍ରାୟ ପୁଅମାନେ ସେମାନଙ୍କର ଗର୍ଲଫ୍ରେଣ୍ଡମାନଙ୍କୁ ପ୍ରଭାବିତ କରିବା ପାଇଁ କିଛି ନା କିଛି କରନ୍ତି। ଅନେକ ସମୟରେ କିନ୍ତୁ ଦେଖାଯାଏ ଅନେକ ଯୁବକ ଝିଅମାନଙ୍କୁ ପ୍ରଭାବିତ କରିପାରନ୍ତି ନାହିଁ। କିନ୍ତୁ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନଙ୍କୁ ଝିଅମାନେ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କୁ ନିଜ ବନ୍ଧୁ କରିବାକୁ ଚାହାଁନ୍ତି।

ତେବେ ଏହିସବୁ ଯୁବକମାନଙ୍କ ପାଖରେ ଏମିତି କିଛି ଗୁଣ ଥାଏ ଯାହା ପ୍ରତି ଝିଅମାନେ ଚୁମ୍ବକ ଭଳି ଆକର୍ଷିତ ହୁଅନ୍ତି।

ତେବେ ଏହା ପଛରେ କିଛି ମୁଖ୍ୟ କାରଣ ରହିଛି। ଯଦି ଜଣେ ମୁଖ୍ୟତଃ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେବ ସେହି ଯୁବକଙ୍କ ପ୍ରତି ଝିଅମାନେ ପ୍ରଭାବିତ ହେବେ ଏବଂ ସେମାନଙ୍କ ବନ୍ଧୁ କରିବାକୁ ଚାହିଁବେ। ଆସନ୍ତୁ ଏହି ୫ଟି ଗୁଣ ବିଷୟରେ ଜାଣିବା।

ଯୁବକଙ୍କ ୫ ଗୁଣ:

  • ଝିଅମାନଙ୍କୁ ପ୍ରଭାବିତ କରିବା ପାଇଁ ସର୍ବପ୍ରଥମେ ଯୁବକମାନେ ସେମାନଙ୍କ ଶରୀର ପ୍ରତି ଧ୍ୟାନ ଦେବା ଉଚିତ। ଯେଉଁମାନଙ୍କର ଫିଟ୍ ଶରୀର ଥାଏ ସେମାନେ ପ୍ରାୟତଃ ଖୁବ ଆକର୍ଷଣୀୟ ଦେଖାଯାଆନ୍ତି।
  • ଯେଉଁ ଯୁବକମାନେ ଏକ ଲକ୍ଷ୍ୟ ରଖିଥାନ୍ତି ଏବଂ ସେ ଲକ୍ଷ୍ୟ ପ୍ରତି ସମ୍ପୂର୍ଣ୍ଣ ସଚ୍ଚୋଟ ରୁହନ୍ତି, ପ୍ରାୟ ଝିଅମାନେ ସେମାନଙ୍କୁ ଅଧିକ ପସନ୍ଦ କରନ୍ତି।
  • କଥାବାର୍ତ୍ତାର ଶୈଳୀ, କଥାବାର୍ତ୍ତାରେ ଭଦ୍ରତା ଏବଂ ସାମ୍ନା ଲୋକଙ୍କୁ ସମ୍ମାନ ଦେଇ ନିଜର ମତ ପ୍ରକାଶ କରିବା ଭଳି ଗୁଣକୁ ଝିଅମାନେ ଖୁବ ଭଲ ପାଆନ୍ତି।
  • ସଫା-ସୁତୁରା ଖାଇବା ଏକ ଭଲ ଅଭ୍ୟାସ। ଏହା ନିଜ ଶରୀର ପ୍ରତି ଏକ ସଚେତନତା ଦର୍ଶାଏ। ଏହି ସତର୍କତା ଜଣଙ୍କୁ ଏକ ଆକର୍ଷଣୀୟ ମଣିଷ କରିଥାଏ ଏବଂ ଚେହେରାରେ ଚମକ ଆଣିଥାଏ। ଏହି କାରଣରୁ ଜଣେ ସୁନ୍ଦର ଦେଖାଯାଆନ୍ତି ଏବଂ ଲୋକମାନେ ଆକର୍ଷିତ ହୁଅନ୍ତି।
  • ଦେଖାଯାଏ ଯେ କ୍ରୀଡା ପ୍ରତି ଆଗ୍ରହୀ ଯୁବକମାନେ କ୍ରୀଡ଼ାରେ ବହୁତ ଭଲ ପ୍ରଦର୍ଶନ କରନ୍ତି। ଏହା ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ କରେ ଏବଂ ଝିଅମାନେ ସେମାନଙ୍କ ପ୍ରତି ଅଧିକ ଆଗ୍ରହ ଦେଖାନ୍ତି।

ଖାଲି ଝିଅ ନୁହେଁ, ଏଭଳି ଯୁବକଙ୍କୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏଭଳି ପୁଅମାନେ ସମସ୍ତଙ୍କୁ ଅତି ସହଜରେ ବନ୍ଧୁ କରିପାରନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/4UV8FGT
ଯୁବକମାନଙ୍କ ପାଖରେ ଏହି ୫ ଗୁଣ ଥିଲେ ଝିଅମାନେ ହୋଇଥାନ୍ତି ପ୍ରଭାବିତ Pramod Behera ଯୁବକମାନଙ୍କ ପାଖରେ ଏହି ୫ ଗୁଣ ଥିଲେ ଝିଅମାନେ ହୋଇଥାନ୍ତି ପ୍ରଭାବିତ Pramod Behera Reviewed by SUBHENDU BARAL on January 26, 2024 Rating: 5

ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News

January 26, 2024

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆଜି ହେବାକୁ ଯାଉଛି । ପଶ୍ଚିମ ଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇସାରିଛି । ।

ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ସମ୍ବଲପୁର ସହର । ମଧ୍ୟାହ୍ନ ୧୨ଟା ବେଳେ ମନ୍ଦିର ପରିସରରେ ପହଂଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ମା’ଙ୍କ ଆର୍ଶୀବାଦ ନେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ଅପରାହ୍ଣ ୫ଟାରୁ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରକଳ୍ପର ପ୍ରତିଟି ଦୃଶ୍ୟକୁ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

The post ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । first appeared on Kanak News.



from Kanak News https://ift.tt/T6GnHaK https://ift.tt/XfQYl2o
ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News Reviewed by SUBHENDU BARAL on January 26, 2024 Rating: 5

International Customs Day 2024: ସୀମା ଶୁଳ୍କ କ’ଣ; କାହିଁକି ପାଳନ ହେଉଛି ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ Pramod Behera

January 25, 2024

ପ୍ରତିବର୍ଷ ୨୬ ଜାନୁଆରୀରେ ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ କରିବାରେ ସୀମା ଶୁଳ୍କ ଏଜେନ୍ସିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ବିଶ୍ୱ ସୀମା ଶୁଳ୍କ ସଂଗଠନ (WCO) ୧୯୮୩ ରେ ଏହି ପରମ୍ପରା ଆରମ୍ଭ କରିଥିଲା।

ତେବେ ଆସନ୍ତୁ ଏହି ବିଶେଷ ଦିନର ଇତିହାସକୁ ଜାଣିବା ଏବଂ ବିଶ୍ୱ ବ୍ୟବସାୟ ଜଗତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ବୁଝିବା।

ସୀମା ଶୁଳ୍କ କ’ଣ:

ଆମେ ଇତିହାସକୁ ଅନୁଧ୍ୟାନ କରିବା ପୂର୍ବରୁ, ଆସନ୍ତୁ ପ୍ରଥମେ ବୁଝିବା ପ୍ରଥା-ପରମ୍ପରା କ’ଣ? ପ୍ରତ୍ୟେକ ଦେଶର ନିଜସ୍ୱ ସୀମା ଶୁଳ୍କ ପ୍ରାଧିକରଣ ରହିଛି, ଏକ ଗୋଷ୍ଠୀ ଯାହା ଶୁଳ୍କ ସଂଗ୍ରହ କରିବ ଏବଂ ଦେଶ ଭିତରକୁ ଓ ବାହାରକୁ ଯିବା ଉପରେ ନଜର ରଖିବା ପାଇଁ ଦାୟୀ। ଏହି ସମସ୍ତ ନିୟମ ସୀମା ଶୁଳ୍କ ଅଧିକାରୀଙ୍କ ଅଧୀନରେ ଆସେ। WCO, ଏକ ବିଶ୍ୱସ୍ତରୀୟ ସଂଗଠନ, ଆନ୍ତର୍ଜାତୀୟ ବାଣିଜ୍ୟରେ ଜଡିତ ଏହି ସୀମା ଶୁଳ୍କ ପ୍ରଶାସନର ତଦାରଖ କରେ।

ଇତିହାସ:

ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସର ବିଚାର ୧୯୫୨ ମସିହାରେ ସୀମା ଶୁଳ୍କ ସହଯୋଗ ପରିଷଦ (CCC)ର ଗଠନରୁ ଆରମ୍ଭ ହୋଇଥିଲା। ଏହି ପରିଷଦର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ସୀମା ଶୁଳ୍କରେ ଉନ୍ନତି ଆଣିବା। CCC ର ପ୍ରଥମ ଅଧିବେଶନ ୨୬ ଜାନୁୟାରୀ ୧୯୫୩ ରେ ବସିଥିଲା ଏବଂ ଏହିଠାରେ ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ ଆରମ୍ଭ ହୋଇଥିଲା। CCC ଶେଷରେ ୧୯୯୪ ରେ ବେଲ୍‌ଜିୟମର ବ୍ରୁସେଲ୍ସରେ ଅବସ୍ଥିତ ବିଶ୍ୱ ସୀମା ଶୁଳ୍କ ସଂଗଠନ (WCO) ହୋଇଗଲା।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି “ଉଦ୍ଦେଶ୍ୟ ସହିତ ପାରମ୍ପରିକ ଏବଂ ନୂତନ ସହଭାଗୀତାକୁ ସାମିଲ କରିବା ଭଳି ସୀମା ଶୁଳ୍କ”।

ସହଯୋଗ:

ଆରମ୍ଭରୁ, WCO ସମଗ୍ର ବିଶ୍ୱରେ ସୀମା ଶୁଳ୍କ କିପରି କାର୍ଯ୍ୟ କରେ ତାହାର ମାନ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱର ସୁରକ୍ଷା ସୁନିଶ୍ଚିତ କରି ସୀମା ଶୁଳ୍କ ସିଷ୍ଟମ ଏବଂ ନିୟମାବଳୀ ସୃଷ୍ଟି ଏବଂ କାର୍ଯ୍ୟକାରୀ କରିବାରେ ଏହା ସାହାଯ୍ୟ କରେ। ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଉତ୍ପାଦକୁ ଶ୍ରେଣୀଭୁକ୍ତ କରିବା ପାଇଁ ସଂଗଠନ ଏକ ସିଷ୍ଟମ ମଧ୍ୟ ପରିଚାଳନା କରେ। ଏହାଛଡା WCO ନିଶ୍ଚିତ କରେ ଯେ ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ଆନ୍ତର୍ଜାତୀୟ ବାଣିଜ୍ୟ ଅନୁସରଣ କରୁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/yhFHCiG
International Customs Day 2024: ସୀମା ଶୁଳ୍କ କ’ଣ; କାହିଁକି ପାଳନ ହେଉଛି ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ Pramod Behera International Customs Day 2024: ସୀମା ଶୁଳ୍କ କ’ଣ; କାହିଁକି ପାଳନ ହେଉଛି ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ Pramod Behera Reviewed by SUBHENDU BARAL on January 25, 2024 Rating: 5

ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ । Kanak News

January 25, 2024

କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି । ଏଥର ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ ।

The post ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ । first appeared on Kanak News.



from Kanak News https://ift.tt/XiMgRyL https://ift.tt/xjIFd1i
ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ । Kanak News ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ । Kanak News Reviewed by SUBHENDU BARAL on January 25, 2024 Rating: 5

ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ Kanak News

January 24, 2024

କନକ ବ୍ୟୁରୋ : ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡା । ଦିନରେ ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିବା ବେଳେ ରାତିରେ କିନ୍ତୁ ସେତେଟା ଫରକ ପଡିନି । ୧୧ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି । ସୋନପୁରରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୧୧.୧ ଡିଗ୍ରି ତଳକୁ ଖସିବା ସହ ୧୮.୮ ଡିଗ୍ରିରେ ପହଞ୍ଚିଥିଲା ।

ଗୁରୁଚାପ ବଳୟର ସକ୍ରିୟତା ଏବଂ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ହାଲୁକା ବର୍ଷା ସାରା ରାଜ୍ୟରେ ଲାଗି ରହିଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲିଠୁ ପାଗରେ ପରିବର୍ତନ ଆସିବା ସମ୍ଭାବନା ।

The post ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ first appeared on Kanak News.



from Kanak News https://ift.tt/Lg7Wc3u https://ift.tt/WzUfaRC
ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ Kanak News ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ Kanak News Reviewed by SUBHENDU BARAL on January 24, 2024 Rating: 5

ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News

January 23, 2024

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିବ କୋହଲା ପାଗ । ଫଳରେ ରାତିର ତାପମାତ୍ରା ଖସିବ । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଂଟା ପରେ ପରବର୍ତି ୩ ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ଯାଏଁ ରାତିର ତାପମାତ୍ରା ଖସିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।

The post ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । first appeared on Kanak News.



from Kanak News https://ift.tt/bgVm7Qf https://ift.tt/QxqLeWm
ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News Reviewed by SUBHENDU BARAL on January 23, 2024 Rating: 5
Powered by Blogger.