ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ Rajalaxmi Sahoo

ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି। ସକାଳୁ ନଦୀରେ ଘାଇ ସୃଷ୍ଟି ହେବା ଯୋଗୁ କୋଟସାହି ଏବେ ପାଣି ଘେରରେ ରହିଛି।  ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷେ, ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍‌ ରହିଛି। ହୀରାକୁଦକୁ ୪,୩୨,୮୦୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/esDpxXU
ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ Rajalaxmi Sahoo ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ Rajalaxmi Sahoo Reviewed by SUBHENDU BARAL on August 03, 2023 Rating: 5

No comments:

Powered by Blogger.