ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା Kanak News

କନକ ବ୍ୟୁରୋ : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ବିଏମସି ସମାଲୋଚନାର ଶିକାର ହେଉଛି । ଏହାରି ଭିତରେ କଠୋର ହୋଇଛି ବିଏମସି । ଏଣିକି ମଶା ବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ ଜରିମାନା ଦେବାକୁ ପଡିବ ବୋଲି ବିଏମସି କହିଛି ।

ସ୍ୱାଧୀନତା ଦିବସ ପରଠୁ ଭୁବନେଶ୍ୱର ମହାନଗର ନିଗମ ଏହି ନୂଆ ନୀତି ଆପଣାଇବ ବୋଲି ଜଣାପଡିଛି । ସାଧାରଣ ଲୋକଙ୍କଠୁ ହଜାରେ, ବ୍ୟବସାୟୀ ପ୍ରତିଷ୍ଠାନଠୁ ୫ ହଜାର ଟଙ୍କା ଜରିମାନା ଅ।।ଦୟ ହେବ ବୋଲି ବିଏମସି କହିଛି । ବୁଦା ନକାଟିଲେ ଠିକା ସଂସ୍ଥାକୁ ଅର୍ଥଦଣ୍ଡ ହେବ । ବିଏମସି କହିଛି, ଡେଙ୍ଗୁକୁ ନିୟନ୍ତ୍ରଣ କରିବାକୁ ବିଏମସି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିଛି । ୱାର୍ଡକୁ ୱାର୍ଡ ବୁଲାଯିବା ସହ ମଶା ଧୂଆଁ ଓ ମଶା ତେଲ ପକାଯାଉଛି ।

ଡାକ୍ତରୀ ଟିମ୍ ଘରେ ଘରେ ବୁଲି ସଚେତନ କରାଉଛନ୍ତି । ତେବେ ଏହା କେବଳ ବିଏମିସର କାମ ନୁହେଁ ଲୋକଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ହେବ । ଲୋକମାନେ ନିଜ ଘର ଚାରିପଟେ ସଫା ସୁତରା ରଖିବାକୁ ହେବ । ଯେପରି ମଶା ବଂଶ ବୃଦ୍ଧି ହେବ ନାହିଁ । ଅନ୍ୟପଟେ ଦିନକରେ ୫୩ ଜଣ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ।

The post ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା first appeared on Kanak News.



from Kanak News https://ift.tt/Prpu3yo https://ift.tt/l7dgyS8
ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା Kanak News ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା Kanak News Reviewed by SUBHENDU BARAL on August 09, 2023 Rating: 5

No comments:

Powered by Blogger.