ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ନୀଳାଞ୍ଚଳଙ୍କ ଶେଷକୃତ୍ୟ Kanak News
କନକ ବ୍ୟୁରୋ : ହିଂସାଗ୍ରସ୍ତ ମଣିପୁରରେ ସହିଦ ଓଡିଆ ଯବାନଙ୍କ ମୃତଦେହ ଆଜି ଜନ୍ମମାଟି ପହଞ୍ଚିବ । ସହିଦଙ୍କ ପୈତୃକ ଗ୍ରାମ ବରଗଡର ଭେଡେନ୍ ବାଘପାଲି ଗାଁରେ ପାର୍ଥିବ ଶରୀର ପହଞ୍ଚିବ । ଗାଁରେ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଖବର ପହଞ୍ଚିବା ପରେ ବାଘପାଲି ଗାଁ ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ । ସେ ୨୦୦୪ ଆସାମ ରାଇଫଲରେ ଯୋଗଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି । ଏହି ଘଟଣା ସାରା ଗାଁକୁ ସ୍ତବ୍ଧ କରି ଦେଇଛି । ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ ।
The post ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ନୀଳାଞ୍ଚଳଙ୍କ ଶେଷକୃତ୍ୟ first appeared on Kanak News.
from Kanak News https://ift.tt/liofS3E https://ift.tt/hrpSuEG
No comments: