ଭଷଣ ସଡ଼କ ଦରଘଟଣ : ଘଟର ଫଟ ତଳକ ଖସଲ ବସ ମତ Prangyan Parimita

ପୁଣି ଦୁର୍ଘଟଣା ନେଲା ଜୀବନ । ଘାଟିରୁ ଓଲଟି ପଡ଼ିଲା ବସ୍‌ । ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକାରେ ଏକ ଯାତ୍ରୀବାହୀ ପାହାଡ଼ୀ ରାସ୍ତାରୁ ତଳକୁ ଖସିପଡ଼ିଛି । ମାଗଦଲେନା ପେନାସ୍କୋ ସହରରେ ଘାଟିରୁ ୪୦ ଫୁଟ ତଳକୁ ବସ୍‌ ଖସି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ପୋଲିସ ସ୍ପଷ୍ଟ କରିଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ବସଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାରକାରୀ ଦଳ ।

ଓକ୍ସାକାର ଷ୍ଟେଟ୍ ପ୍ରସିକ୍ୟୁଟ୍ ବର୍ନାର୍ଡୋ ରୋଡ୍ରିଗଜଙ୍କ ସୂଚନା ଅନୁସାରେ, ପ୍ରାଥମିକ ଆକଳନ ଅନୁଯାୟୀ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ସହରର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/2xUa5pV
ଭଷଣ ସଡ଼କ ଦରଘଟଣ : ଘଟର ଫଟ ତଳକ ଖସଲ ବସ ମତ Prangyan Parimita ଭଷଣ ସଡ଼କ ଦରଘଟଣ :  ଘଟର  ଫଟ ତଳକ ଖସଲ ବସ  ମତ Prangyan Parimita Reviewed by SUBHENDU BARAL on July 05, 2023 Rating: 5

No comments:

Powered by Blogger.