ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ Kanak News

କନକ ବ୍ୟୁରୋ : ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩ । ସ୍ଲିଂସଟ୍ ମାଧ୍ୟମରେ ଏହାକୁ ଚନ୍ଦ୍ରକକ୍ଷ ଆଡ଼କୁ ଛଡ଼ା ଯାଇଛି । ଏହାସହ ଟ୍ରାନ୍ସଲୁନାର ଏଞ୍ଜେକ୍ସନ ବା ଟିଏଲଆଇ ସଫଳ ହୋଇଛି । ଏନେଇ ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି । ଆସନ୍ତା ଅଗଷ୍ଟ ୫ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଏବଂ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ ।

ଚନ୍ଦ୍ରଯାନ-୩ର ଦୂରତା ପୃଥିବୀ ଠାରୁ ୨୩୬ କିଲୋମିଟର ଦୂରରେ ରହିଥିବା ବେଳେ ଇଞ୍ଜିନକୁ ଚାଲୁ କରାଯାଇଥିଲା । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ରହିଛି । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ୧୪ ଦିନ ଯାଏଁ ସେଠାରେ ଘୁରିବ । ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ବିକିରଣର ଅଧ୍ୟୟନ କରିବ । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଏହା ଚନ୍ଦ୍ରର କକ୍ଷପଥରେ ଘୂରିବ ।

The post ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ first appeared on Kanak News.



from Kanak News https://ift.tt/NrAf39M https://ift.tt/2wHmxsh
ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ Kanak News ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-ଥ୍ରୀ : ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବ ସଫ୍ଟ ଲ୍ୟାଣ୍ଡିଂ Kanak News Reviewed by SUBHENDU BARAL on July 31, 2023 Rating: 5

No comments:

Powered by Blogger.