ମୃତଦେହ ଚିହ୍ନଟ ହୋଇନପାରିଲେ ହେବ ଡିଏନଏ ଟେଷ୍ଟ । ଏମ୍ସରେ ଖୋଲିଲା ଡିଏନଏ ପରୀକ୍ଷଣ ଡେକ୍ସ । ସେପଟେ, ରେଲୱେ ପକ୍ଷରୁ ଜାରି ହୋଇଛି ହେଲଫ ଲାଇନ୍ ନମ୍ବର Kanak News

କନକ ବ୍ୟୁରୋ : ବାହାନଗା ଦୁର୍ଘଟଣା ପାଇଁ ରେଲୱେ ପକ୍ଷରୁ ଜାରି ହେଲା ହେଲଫ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲଫ ଲାଇନ ନମ୍ବର ଜାରି ହୋଇଛି ।

ସେପଟେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୮ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନି ୧୦୧ ମୃତଦେହ । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ଏଥିପାଇଁ ବାହାର ରାଜ୍ୟର ବିଶେଷଜ୍ଞମାନେ ଆସିଛନ୍ତି ।

ଅନ୍ୟପଟେ ମୃତଦେହ ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ ଏବଂ ଜୋନାଲ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି । ଏମ୍ସକୁ ୧୨୩ଟି ମୃତଦେହ ଆସିଥିଲା । ଏବେ ସୁଦ୍ଧା ୬୧ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ୬୨ଟି ମୃତଦେହ ଏମ୍ସରେ ରହିଛି । ଏମ୍ସ ଡିପଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜରେ ମୃତଦେହ ବହୁଦିନ ରଖିବା ସମ୍ଭବ ନୁହେଁ । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଂଟେନର ଅଣାଯାଇଛି । ପ୍ରତି କଂଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ହୋଇ ରହିପାରିବ । କଂଟେନରରେ ଦୁଇ ମାସ ପର୍ଯ୍ୟନ୍ତ ଶବ ସଂରକ୍ଷିତ ରଖାଯାଇପାରିବ ।

The post ମୃତଦେହ ଚିହ୍ନଟ ହୋଇନପାରିଲେ ହେବ ଡିଏନଏ ଟେଷ୍ଟ । ଏମ୍ସରେ ଖୋଲିଲା ଡିଏନଏ ପରୀକ୍ଷଣ ଡେକ୍ସ । ସେପଟେ, ରେଲୱେ ପକ୍ଷରୁ ଜାରି ହୋଇଛି ହେଲଫ ଲାଇନ୍ ନମ୍ବର first appeared on Kanak News.



from Kanak News https://ift.tt/0cs31S7 https://ift.tt/XD9mrPw
ମୃତଦେହ ଚିହ୍ନଟ ହୋଇନପାରିଲେ ହେବ ଡିଏନଏ ଟେଷ୍ଟ । ଏମ୍ସରେ ଖୋଲିଲା ଡିଏନଏ ପରୀକ୍ଷଣ ଡେକ୍ସ । ସେପଟେ, ରେଲୱେ ପକ୍ଷରୁ ଜାରି ହୋଇଛି ହେଲଫ ଲାଇନ୍ ନମ୍ବର Kanak News ମୃତଦେହ ଚିହ୍ନଟ ହୋଇନପାରିଲେ ହେବ ଡିଏନଏ ଟେଷ୍ଟ । ଏମ୍ସରେ ଖୋଲିଲା ଡିଏନଏ ପରୀକ୍ଷଣ ଡେକ୍ସ । ସେପଟେ, ରେଲୱେ ପକ୍ଷରୁ ଜାରି ହୋଇଛି ହେଲଫ ଲାଇନ୍ ନମ୍ବର Kanak News Reviewed by SUBHENDU BARAL on June 05, 2023 Rating: 5

No comments:

Powered by Blogger.