କନକ ବ୍ୟୁରୋ : ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ପାଇଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ନୂଆପଡା, ବଳାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । ଏହା ଛଡା ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପଟେ ବର୍ଷା ଭିତରେ ବିଭିନ୍ନ ସ୍ଥାନରୁ ଆସିଛି ଅବ୍ୟବସ୍ଥାର ଛିତ୍ର । କୋଦଳାରେ ଉଦଘାଟନ ପୂର୍ବରୁ ଭୁଷୁଡିପଡିଛି ଇଣ୍ଡୋର ଷ୍ଟାଡିୟମ । ସେପଟେ ବର୍ଷା ଆହୁରି ଦୁଇଦିନ ବୋଲି କୁହାଯାଇଛି । ୨୮ ତାରିଖରୁ ପାଗ ବଦଳିବା ସମ୍ଭାବନା ରହିଛି ।
ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯% ଅଧିକ। ସେହିପରି ସୋମବାର ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ବରଗଡ଼ରେ ୪୮ ମିମି, ବାରିପଦାରେ ୪୨ ମିମି, ଝାରସୁଗୁଡ଼ାରେ ୩୬.୫ ମିମି, ବଲାଙ୍ଗୀରରେ ୩୨ ମିମି ଓ ଦେବଗଡ଼ରେ ୨୯ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି ।
The post ରାଜ୍ୟରେ ବର୍ଷା ଜାରି : ଆଜି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷା ସମ୍ଭାବନା first appeared on Kanak News.
from Kanak News https://ift.tt/wTEOpld https://ift.tt/dc25gIW
No comments: