କନକ ବ୍ୟୁରୋ : ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ମାଲକାନଗିରିର ତତକାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଜିଲ୍ଲାପାଳ ଥିବା ସମୟରେ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୮, ୨୦୧୯ରେ ଦେବନାରାୟଣଙ୍କ ମୃତଦେହ ମାଲକାନଗିରିର ସତୀଗୁଡା ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା । ମୃତକଙ୍କ ପତ୍ନୀ ବନଜା ପଣ୍ଡା ଏହା ଏକ ହତ୍ୟାକାଣ୍ଡ ବୋଲି ମାଲକାନଗିରି ଏସଡିଜେଏମ୍ କୋର୍ଟରେ ଅଭିଯୋଗ ଆଣିଥିଲେ ।
ଏଥିରେ ମନୀଷ ଅଗ୍ରୱାଲ ଓ ଅନ୍ୟମାନଙ୍କ ସଂପୃ୍କ୍ତି ଥିବା ସେ ଦର୍ଶାଇଥିଲେ । ମାଲକାନଗିରି ଏସଡିଜେଏମ କୋର୍ଟ ମାମଲାକୁ ବିଚାରକୁ ନେଇ ମନୀଷଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୁଦ୍ଧରେ ମନୀଷ ଅଗ୍ରୱାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ଜିଲ୍ଲାପାଳଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।
The post ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲା : ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି first appeared on Kanak News.
from Kanak News https://ift.tt/jubrUQM https://ift.tt/yXOwpsu
No comments: