ଆଜିଠୁ ଭୟଙ୍କର ତାତି : ଗରମ, ଗୁଳୁଗୁଳି ସହ ବହିବ ଝାଞ୍ଜି ପବନ; ୮ ଜିଲ୍ଲାକୁ ଅଂଶୁଘାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ : ଆଜିଠୁ ଭୟଙ୍କର ତାତି । ତାତି, ଗରମ ଓ ଗୁଳୁଗୁଳି ସହ ଝାଞ୍ଜି ପବନ ମାଡ଼ ହେବ । ଆଉ ରଜର କୋହଲା ପାଗ ଏଥର ଦେଖିବାକୁ ମିଳିନପାରେ । କାରଣ ଏଥର ରଜରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗୀର ଓ ବରଗଡ଼ ।

ଏହି ଦୁଇ ସହରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରହିଛି । ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୪,୪ ଡିଗ୍ରୀ ରହିଥିବା ବେଳେ ସୋନପୁରର ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାକୁ ଆସନ୍ତା ୧୯ ତାରିଖ ଯାଏ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ନାହିଁ ।

ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ ଡିଗ୍ରୀ ଅଧିକ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ତେଣୁ ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ପାଇଁ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଜୁନ ୧୩ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୫ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

The post ଆଜିଠୁ ଭୟଙ୍କର ତାତି : ଗରମ, ଗୁଳୁଗୁଳି ସହ ବହିବ ଝାଞ୍ଜି ପବନ; ୮ ଜିଲ୍ଲାକୁ ଅଂଶୁଘାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି first appeared on Kanak News.



from Kanak News https://ift.tt/7E8glMq https://ift.tt/cLPkteD
ଆଜିଠୁ ଭୟଙ୍କର ତାତି : ଗରମ, ଗୁଳୁଗୁଳି ସହ ବହିବ ଝାଞ୍ଜି ପବନ; ୮ ଜିଲ୍ଲାକୁ ଅଂଶୁଘାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News ଆଜିଠୁ ଭୟଙ୍କର ତାତି : ଗରମ, ଗୁଳୁଗୁଳି ସହ ବହିବ ଝାଞ୍ଜି ପବନ; ୮ ଜିଲ୍ଲାକୁ ଅଂଶୁଘାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News Reviewed by SUBHENDU BARAL on June 11, 2023 Rating: 5

No comments:

Powered by Blogger.