ବିଡିଓଙ୍କ ଜାଲ୍ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଣ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ Prangyan Parimita

ବିଡିଓଙ୍କ ଜାଲ୍ ଦସ୍ତଖତ କରି ବ୍ୟାଙ୍କରୁ ଉଠାଇ ନେଲେ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା । ଏଭଳି ଅଭିଯୋଗ ଆସିଛି ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ଠିକାଦାର କାମ କରୁଥିବା ଚିଲିକା ବ୍ଲକ ୫ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ବେହେରାଙ୍କ ବିରୋଧରେ ।

ଅଭିଯୋଗ ଅନୁସାରେ କିଶୋର ବେହେରା ଟାଙ୍ଗୀ ବ୍ଲକରେ ବିଭିନ୍ନ ଠିକାକାମ କରିଥାନ୍ତି । ଗୋଟିଏ ଠିକାକାମ ପାଇଁ କିଶୋର ସ୍ଥାନୀୟ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ସିକ୍ୟୁରିଟି ଟଙ୍କା ଡିପୋଜିଟ କରିଥିଲେ । କିନ୍ତୁ ଠିକାକାମ ସରିବା ପୂର୍ବରୁ ଟାଙ୍ଗୀ ବିଡିଓଙ୍କ ଦସ୍ତଖତ ଓ ସରକାରୀ ଚିଠିକୁ ଜାଲ୍ କରି ବ୍ୟାଙ୍କରୁ ଉକ୍ତ ୧୫ ଲକ୍ଷ ଜମା ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ଟାଙ୍ଗୀ ବିଡିଓ ଥାନାରେ ଏତଲା ଦେଇଛନ୍ତି । ଟାଙ୍ଗୀ ପୋଲିସ ୪୨୦ ଭଳି ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ଏସମ୍ପର୍କରେ କିଶୋରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଟାଙ୍ଗୀ ବିଡିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

ତେବେ ଡିଆରଡିଏର ପିଡି ଦିଗନ୍ତ ରାଉତରାୟ ଏବଂ ଟାଙ୍ଗୀଥାନା ଭାରପ୍ରାପ୍ତ ଅଧିକାରୀ ଏତଲା ସମ୍ପର୍କରେ ସ୍ୱୀକାର କରିଛନ୍ତି। ...



from Latest Odisha News, Breaking News Today | Top Updates on Corona - OTV News https://ift.tt/2GPe4zf
ବିଡିଓଙ୍କ ଜାଲ୍ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଣ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ Prangyan Parimita ବିଡିଓଙ୍କ ଜାଲ୍ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଣ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ Prangyan Parimita Reviewed by SUBHENDU BARAL on May 22, 2023 Rating: 5

No comments:

Powered by Blogger.