୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ ଅଭିବୃଦ୍ଧିରେ ସର୍ବାଧିକ ହେଲା ଭାରତ Kanak News

କନକ ବ୍ୟୁରୋ : ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ହାର ବା ଜିଡିପି ୭.୨ ପ୍ରତିଶତ ରହିଛି । ବୁଧବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରିଛି । ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ଚୀନ୍, ଆମେରିକା, ୟୁରୋପୀୟ ରାଷ୍ଟ୍ର ଗୁଡିକର ଅଭିବୃଦ୍ଧି ହାରଠୁ ଭାରତ ଆଗରେ ରହିଛି । ଭାରତର ଅର୍ଥନୀତିକୁ ନେଇ ପୂର୍ବରୁ ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାମାନେ ଯେଉଁ ପୂର୍ବାନୁମାନ କରିଥିଲେ ସେଥିରେ କୁହାଯାଇଥିଲା ୨୦୨୨-୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ତଳକୁ ଖସିବ ।

ଏପରିକି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ବି ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ବୋଲି କହିଥିଲା । କିନ୍ତୁ ୭.୨ ପ୍ରତିଶତ ଅଭିବୃଦ୍ଧି ସହ ଭାରତ ଏସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଛି । କ୍ରମାଗତ ଦୁଇଟି ତ୍ରୈମାସିକ ହ୍ରାସ ପରେ ଏଥର ତ୍ରୈମାସିକ ଜାନୁଆରୀରୁ ମାର୍ଚ୍ଚ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ଦେଶର ଅର୍ଥନୀତିର ସ୍ଥିରତା ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ କଂଗ୍ରେସ କହିଛି ଖୁସି ହେବାର ଆବଶ୍ୟକ ନାହିଁ । ଉଭୟ ଉତ୍ପାଦନ ଏବଂ ଉପଯୋଗରେ ଭାରତ ପଛରେ ରହିଛି କହିଲା ବିରୋଧୀ ।

ଆର୍ଥିକ ବର୍ଷ ୨୦୨୨-୨୩ର ଅଭିବୃଦ୍ଧି ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ବହୁ ପ୍ରକାର ଆହ୍ବାନ ସତ୍ତ୍ବେ ଏହା ଭାରତୀୟ ଅର୍ଥନୀତିର ସ୍ଥିରତାକୁ ଦର୍ଶାଉଛି । ଏହି ଦୃଢ଼ ପ୍ରଦର୍ଶନ ଓ ମୋଟ ଉପରେ ରହିଥିବା ଆଶା ଆମ ଅର୍ଥନୀତି ସଠିକ୍ ପଥରେ ଥିବା ଏବଂ ଆମ ଲୋକମାନଙ୍କ ଦୃଢ଼ତାର ପ୍ରତିଫଳନ ବୋଲି ସେ କହିଛନ୍ତି ।

The post ୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ ଅଭିବୃଦ୍ଧିରେ ସର୍ବାଧିକ ହେଲା ଭାରତ first appeared on Kanak News.



from Kanak News https://ift.tt/lUIK9QP https://ift.tt/9IqbehO
୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ ଅଭିବୃଦ୍ଧିରେ ସର୍ବାଧିକ ହେଲା ଭାରତ Kanak News ୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ ଅଭିବୃଦ୍ଧିରେ ସର୍ବାଧିକ ହେଲା ଭାରତ Kanak News Reviewed by SUBHENDU BARAL on May 31, 2023 Rating: 5

No comments:

Powered by Blogger.