ଅଜବ ଜନଜାତି, ନିଆରା ପରମ୍ପରା । ଖୁସି ପାଇଁ ମଣିଷଙ୍କୁ କରିଥାନ୍ତି ହତ୍ୟା! ମହିଳାଙ୍କ ସୁରକ୍ଷା ପାଇଁ ଆପଣାନ୍ତି ନିଆରା ଉପାୟ Kanak News
କନକ ବ୍ୟୁରୋ : ବିଶ୍ୱରେ ଅନେକଗୁଡ଼ିଏ ଜନଜାତି ରହିଛନ୍ତି । ନିଆରା ପରମ୍ପରା ଆଉ ଅଜବ-ଗଜବ ନିତି ସବୁବେଳେ ଅଲଗା ହୋଇଥାଏ । କେଉଁ ଜନଜାତିଙ୍କ ଖାଇବା ଅଲଗା ତ ଆଉ କାହାର ପରମ୍ପରା ଆଉ ଅଭ୍ୟାସ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ତେବେ ଏମିତି ଏକ ଜନଜାତି ରହିଛନ୍ତି ଯେଉଁମାନଙ୍କ ପରମ୍ପରା ଏଭଳି ରହିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଖୁସି ପାଇଁ ଅନ୍ୟକୁ ହତ୍ୟା ମଧ୍ୟ କରିଛନ୍ତି । ଯେଉଁଥି ପାଇଁ ଏମାନଙ୍କୁ ବିପଜ୍ଜନକ ବୋଲି ମଧ୍ୟ ମାନାଯାଏ । କିନ୍ତୁ ଏଠାକାର ସରକାର ମଧ୍ୟ କୌଣସି ପଦକ୍ଷେପ ନେଇନଥାନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହି ଜନଜାତିଙ୍କ ଉପରେ..
ଇଥିଓପିଆର ମୁର୍ସି ଜନଜାତି । ଭୟଭୀତ ଜନଜାତିଙ୍କ ମଧ୍ୟରୁ ଏମାନେ ଅନ୍ୟତମ । କାହାକୁ ହତ୍ୟା କରିବା ମୁର୍ସି ଜନଜାତି ପୁରୁଷତ୍ୱର ସଙ୍କେତ ବୋଲି ବିବେଚନା କରାଯାଏ । ତେବେ ଏହି ମୁର୍ସି ଜନଜାତି ଦକ୍ଷିଣ ଇଥିଓପିଆ ଏବଂ ସୁଦାନ ସୀମାରେ ଥିବା ସମାନ ଉପତ୍ୟାକାରେ ବାସ କରନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ନିଜର ଖୁସି ପାଇଁ ଏମାନେ ଅନ୍ୟ ଲୋକକୁ ହତ୍ୟା କରିଥାନ୍ତି । ମୁର୍ସି ଜନଜାତିମାନେ ଏପରି ଅସ୍ତ୍ର ଧରି ବୁଲନ୍ତି ଯାହାକି ବହୁତ ଶକ୍ତିଶାଳି ବୋଲି ମଧ୍ୟ କୁହାଯାଏ । ଏମାନେ ଧରୁଥିବା ଅସ୍ତ୍ରରେ ଯଦି କାହାକୁ ଆକ୍ରମଣ କରନ୍ତି ତାହେଲେ ସାଙ୍ଗେ ସାଙ୍ଗେ ପ୍ରାଣହାନୀ ଘଟିପାରେ । ତେବେ ଏହି ଜନଜାତିର ଲୋକମାନେ ବିଶ୍ୱାସ କରନ୍ତି କି, ଯଦି ତମେ କାହାକୁ ମାରି ପାରୁନ ତାହେଲେ ନିଜେ ମରିଯିବା ଭଲ ।
ତେବେ ଅନ୍ୟ ଏକ ପରମ୍ପରା ପାଇଁ ମଧ୍ୟ ବିଶ୍ୱରେ ସବୁବେଳେ ମୁର୍ସି ଜନଜାତିଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ମହିଳାମାନଙ୍କୁ ଅନ୍ୟମାନଙ୍କ ଖରାପ ନଜରରୁ ବଂଚାଇବା ପାଇଁ ନିଆରା ଉପାୟକୁ ଆପଣାଇଥାନ୍ତି । ମହିଳାଙ୍କ ତଳ ଓଠରେ ଲମ୍ବା କାଠି କିମ୍ବା ମାଟି ଡିସ୍କ ପିନ୍ଧାଯାଏ । ଯାହାଦ୍ୱାରା ସେମାନେ ଅସୁନ୍ଦର ଦେଖାଯିବେ । ଅନ୍ୟମାନଙ୍କ ଖରାପ ନଜର ଆଉ ମହିଳାଙ୍କ ଉପରେ ପଡ଼ିବନାହିଁ । ମହିଳାଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ଏଭଳି କରିବାକୁ ବାଧ୍ୟ କରିଥାନ୍ତି ।
ଅନ୍ୟପଟେ ଯଦି ଆମେ କହିବା ତାହେଲେ ଦୁନିଆରେ ମୁର୍ସି ଜନଜାତିଙ୍କ ଜନସଂଖ୍ୟା ରହିଛି ପ୍ରାୟ ୧୦ ହଜାର । ଯଦି କେହି ବିନା ଅନୁମତି ସେମାନଙ୍କ ଅଂଚଳରେ ପ୍ରବେଶ କରେ ତାହେଲେ ଏମାନେ ହତ୍ୟା କରିଥାନ୍ତି । କୁହାଯାଏ କି, ଏଭଳି ଶହ ଶହ ଲୋକଙ୍କ ହତ୍ୟା କରିଛନ୍ତି । ଅନ୍ୟ ସଂପ୍ରଦାୟର ଲୋକଙ୍କୁ ଦେଖିବା ମାତ୍ରେ ମଧ୍ୟ ଆକ୍ରମଣ କରିଥାନ୍ତି । ସରକାର ମଧ୍ୟ ଏଯାବତ ଏମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ।
The post ଅଜବ ଜନଜାତି, ନିଆରା ପରମ୍ପରା । ଖୁସି ପାଇଁ ମଣିଷଙ୍କୁ କରିଥାନ୍ତି ହତ୍ୟା! ମହିଳାଙ୍କ ସୁରକ୍ଷା ପାଇଁ ଆପଣାନ୍ତି ନିଆରା ଉପାୟ first appeared on Kanak News.
from Kanak News https://ift.tt/gMoBJfp https://ift.tt/YO0EQwD
No comments: