ଦେଶ ଛାଡ଼ି ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି Chandan Shishu

ଶ୍ରୀଲଙ୍କାରେ ଅସ୍ଥିରତା ଜାରି ରହିଥିବାବେଳେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି। ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି।

ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ବୀକୃତି ପରେ ଏକ ସ୍ବତନ୍ତ୍ର ବିମାନରେ ମାଳଦ୍ୱୀପ ଯାଇଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ରାଷ୍ଟ୍ରପତି। ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍।

ମୁଖ୍ୟ ବିରୋଧୀ ଦଳ SJB ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାନିଲ ଓ୍ୱିକ୍ରମସିଂଘେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଏହି ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସର୍ବଦଳୀୟ ସରକାର କାର୍ଯ୍ୟ କରିବ।



from Latest Odisha News, Breaking News Today | Top Updates on Corona - OTV News https://ift.tt/v4AWdgx
ଦେଶ ଛାଡ଼ି ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି Chandan Shishu ଦେଶ ଛାଡ଼ି ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି Chandan Shishu Reviewed by SUBHENDU BARAL on July 12, 2022 Rating: 5

No comments:

Powered by Blogger.