ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚାପ ଖେଳୁଥିବା ବେଳେ ଅଘଟଣ : ପୋଖରୀରେ ବୁଡିଲା ଡଙ୍ଗା, ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ

ନୟାଗଡ଼ ୨୪।୦୫: ଚାପ ଖେଳୁଥିବା ସମୟରେ ଅଘଟଣ । ପୋଖରୀରେ ବୁଡିଲା ଡଙ୍ଗା । ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ । ନୟାଗଡ ଜିଲ୍ଲା ଶରଣକୂଳ ଲଡୁବାବାଙ୍କ ମନ୍ଦିରରେ ଘଟିଛି ଅଘଟଣ ।

ଖବର ଅନୁଯାୟୀ, ସୋମବାର ଭଉଁରୀ ଥିବାରୁ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ସେବାୟତମାନେ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀରେ ସୁସଜ୍ଜିତ ଡଙ୍ଗାରେ ଚାପ ଖେଳୁଥିଲେ । ତେବେ ଚାପ ଖେଳୁଥିବା ସମୟରେ ଡଙ୍ଗାଟି ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ପାଣିରେ ବୁଡିଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ରହିଥିବାରୁ ଏଭଳି ଅଘଟଣ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଡଙ୍ଗାଟି କୂଳ ନିକଟରେ ବୁଡିଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।



from Prameya News7 https://ift.tt/K9UI2jL
ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚାପ ଖେଳୁଥିବା ବେଳେ ଅଘଟଣ : ପୋଖରୀରେ ବୁଡିଲା ଡଙ୍ଗା, ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚାପ ଖେଳୁଥିବା ବେଳେ ଅଘଟଣ : ପୋଖରୀରେ ବୁଡିଲା ଡଙ୍ଗା, ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ Reviewed by SUBHENDU BARAL on May 23, 2022 Rating: 5

No comments:

Powered by Blogger.