ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ Chandan Shishu

ସମ୍ବଲପୁର: ହୀରାକୁଦର ହେବ ନବକଳେବର। ବଢ଼ିବ ଜଳ ନିଷ୍କାସନ କ୍ଷମତା। ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍ ୱେ। ୬୦ରୁ ଅଧିକ ବର୍ଷ ପୁରୁଣା ଏହି ଡ୍ୟାମ୍‌ରେ ୬୪ ସ୍ଲୁଇସ୍ ଗେଟ୍ ଓ ୩୪ କ୍ରେଷ୍ଟ୍ ଗେଟ୍ ଥିବା ବେଳେ, ଭବିଷ୍ୟତର ବିପଦକୁ ସାମ୍ନା କରିବା ପାଇଁ ଏହା ଯଥେଷ୍ଟ ନୁହେଁ। କିଛି ବର୍ଷ ତଳେ କେନ୍ଦ୍ରୀୟ ଜଳ ଆୟୋଗ-CWC ଆକଳନ କରିଥିଲେ ଯେ, ଭବିଷ୍ୟତରେ ଉପରମୁଣ୍ଡରେ ବାଦଲଫଟା ବର୍ଷା ହେଲେ, ମହାନଦୀରେ ବିରାଟ ବନ୍ୟା ଆସିପାରେ।

ଏବେ ହୀରାକୁଦର ଜଳ ନିଷ୍କାସନ କ୍ଷମତା ୧୫ ଲକ୍ଷ ଘନଫୁଟ ଥିବା ବେଳେ, ସେତେବେଳେ ୨୪. ୭୬ ଲକ୍ଷ ଘନଫୁଟ୍ ବନ୍ୟାଜଳ ମାଡ଼ି ଆସିପାରେ। ଡ୍ୟାମ୍  ବୁଡ଼ିଯାଇ ତା ଉପର ଦେଇ ଜଳ ପ୍ରବାହିତ ହେବାର ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହେବାର ମଧ୍ୟ ଆଶଙ୍କା ରହିଛି।

ତେଣୁ ଡ୍ୟାମ୍‌ର ଉଭୟ ପଟେ ୨ଟି ନୂଆ ସ୍ପିଲୱେ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ CWC। ଏହାକୁ ଦୃଷ୍ଟିରେ ରଖି, ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/3w45MWd
ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ Chandan Shishu ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ Chandan Shishu Reviewed by SUBHENDU BARAL on October 27, 2021 Rating: 5

No comments:

Powered by Blogger.