ଦିନ ସିନା ଚାଲିଯାଇଛି, ହେଲେ ଛାଡିଯାଇଛି ଚିହ୍ନ : ଏବେ ବି ଅସଜଡା ଅନେକ ଗାଁ…

ଭୁବନେଶ୍ୱର ୨୯/୧୦: ଆଜି ୧୯୯୯, ଅକ୍ଟୋବର ୨୯ । ମହାବାତ୍ୟାକୁ ପୂରିଛି ୨୨ ବର୍ଷା । ସମୟ ବଦଳିଛି ହେଲେ ଆଜି ବି ମନରୁ ଲିଭିନି କରାଳ କାୟାର ଛାପ । ଠିକ୍ ୨୨ ବର୍ଷ ତଳେ ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର ଭୟଙ୍କର ରୂପ । ଥରିଉଠିଥିଲେ ଲୋକେ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା କେତୋଟି ଜିଲ୍ଲା ।

ଯେମିତିକି ଜଗତସିଂହପୁର, କେନ୍ଦ୍ରାପଡା ସମେତ ବିଭିନ୍ନ ସ୍ଥାନରେ ରାଜକନିକା, ଆଳି ମହାକାଳପଡା ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବେସାହାରା ହୋଇଯାଇଥିଲେ ଅନେକ ଲୋକ । ଭାଙ୍ଗିଯାଇଥିଲା ଅନେକ ପରିବାରର ମେରୁଦଣ୍ଡ । ମହାବାତ୍ୟା କାହା ମଥାରୁ ସିନ୍ଦୁର ପୋଛି ନେଇଥିଲା ତ ଆଉ କେଉଁ ମା’ କୋଳରୁ ସନ୍ତାନଙ୍କୁ ଛଡ଼ାଇ ନେଇଥିଲା । ବହୁ ପିଲା ଅନାଥ ହୋଇ ଯାଇଥିଲେ । ନିମିଷକ ଭିତରେ ଉଜୁଡିଯାଇଥିଲା ହସଖୁସିର ସଂସାର ।

କେନ୍ଦ୍ରାପଡା ବ୍ଲକ୍‌ର ଲାଞ୍ଜୁଡ଼ା, ଗୋଗୁଆ, ସୁନତି, ଜମ୍ବୁ, ବତୀଘର, ରାମନଗର ଓ ଖରିନାସୀ ପଞ୍ଚାୟତ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ଏସବୁ ପଞ୍ଚାୟତର ଲୋକ ସମୁଦ୍ରକୂଳରେ ବସବାସ କରିଆସୁଛନ୍ତି । ସମୁଦ୍ର ଆଡ଼ୁ କୌଣସି ବିପଦ ଆସିଲେ ଏମାନେ ପ୍ରଥମେ ତାହାର ସାମ୍‌ନା କରିବେ । ହେଲେ ଏବେବି ମନରୁ ଲିଭିନ ବାତ୍ୟାର ପ୍ରକୋପ ।

ଏବେ ବି ଲୋକେ ସେହି ଝାଟିମାଟି ତିଆରି କୁଡ଼ିଆରେ ରହୁଛନ୍ତି । ବାତ୍ୟା, ସାମୁଦ୍ରିକ ଝଡ଼ତୋଫାନ ଆସିଲେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । ସେହିଭଳି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ । ଏଠାରେ ହୋଇଥିଲା ନାହିଁ ନଥିବା କ୍ଷତି । ୨୨ ବର୍ଷ ପରେ କ୍ଷତ ସୁଖୁନି । ଏବେ ବି ଦଲକାଏ ପବନ ଦେଲେ ଡରିଉଠନ୍ତି ଲୋକେ ।



from Prameya News7 https://ift.tt/3nD3SYv
ଦିନ ସିନା ଚାଲିଯାଇଛି, ହେଲେ ଛାଡିଯାଇଛି ଚିହ୍ନ : ଏବେ ବି ଅସଜଡା ଅନେକ ଗାଁ… ଦିନ ସିନା ଚାଲିଯାଇଛି, ହେଲେ ଛାଡିଯାଇଛି ଚିହ୍ନ : ଏବେ ବି ଅସଜଡା ଅନେକ ଗାଁ… Reviewed by SUBHENDU BARAL on October 28, 2021 Rating: 5

No comments:

Powered by Blogger.