ଭୁବନେଶ୍ୱର ୩୦/୧୦:ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍ଇଟି) ହୋଇଛନ୍ତି ପ୍ରଫେସର ଡାକ୍ତର ରମା ରମଣ ମହାନ୍ତି । ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍ ଓ ପ୍ରିନ୍ସିପାଲ ଅଛନ୍ତି ।
ଚଳିତ ମାସ ୩୧ ତାରିଖରେ ପ୍ରଫେସର ସିବିକେ ମହାନ୍ତି ଅବସର ନେବେ । ତାଙ୍କଠାରୁ ଡିଏମ୍ଇଟିର ନୂଆ ଦାୟିତ୍ୱ ନେବେ ପ୍ରଫେସର ରମା ରମଣ ମହାନ୍ତି । ପାଖପାଖି ୮ ମାସ ହେଲା ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ କରୋନା କାଳରେ ଅଭିଜ୍ଞତାକୁ ଦେଖି ୩ ଥର ଚାକିରି ଅବଧି ବଢ଼ାଇଥିଲେ ସରକାର । ରାଜ୍ୟର କରୋନା ଲଢ଼େଇରେ ବିଶେଷଜ୍ଞ ଦଳରେ ରହି ସରକାରଙ୍କୁ ଅନେକ ପରାମର୍ଶ ଦେଉଥିଲେ ସିବେକେ ମହାନ୍ତି ।
from Prameya News7 https://ift.tt/3ExpMDh
୩୧ରେ ଅବସର ନେବେ ପ୍ରଫେସର ସିବିକେ ମହାନ୍ତି, ଡାକ୍ତର ରମା ରମଣ ମହାନ୍ତିଙ୍କୁ ନୂଆ ଦାୟିତ୍ୱ
Reviewed by SUBHENDU BARAL
on
October 29, 2021
Rating:
No comments: