ଫ୍ୟୁଚର୍ସ ଗ୍ରୁପ ସହ ୨୪,୭୧୩ କୋଟି ଟଙ୍କାର ରାଜିନାମା ପୂରା କରିବା ପାଇଁ ଦ୍ଵିତୀୟ ଥର ତାରିଖ ବଢାଇଲା ରିଲାଏନ୍ସ

ନୂଆଦିଲ୍ଲୀ ୦୧।୧୦: ରିଲାଏନ୍ସ ଗ୍ରୁପର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଫ୍ୟୁଚର୍ସ ଗ୍ରୁପ ସହିତ ନିଜର ଚୁକ୍ତିନାମା ପୂରା କରିବାର ଶେଷ ତାରିଖ ଦ୍ଵିତୀୟ ଥର ବଢାଇଛି। କମ୍ପାନୀ ଏବେ ଏହାର ତାରିଖ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରିଲାଏନ୍ସ  ଓ ଫ୍ୟୁଚର ମଧ୍ୟରେ ୨୪,୭୧୩ କୋଟି ଟଙ୍କାର ରାଜିନାମା ହେବାକୁ ଯାଉଛି। ରିଲାଏନ୍ସ ଏହି ରାଜିନାମା ପାଇଁ ନିୟାମକ ଏବଂ ଅଦାଲତ ମଞ୍ଜୁରୀକୁ ଅପେକ୍ଷା କରି ରହିଛି।

ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍(ଆରଆରଭିଏଲ)ର ରେଗୁଲେଟରୀ ଫାଇଲିଙ୍ଗ ପକ୍ଷରୁ କୁହାଯାଇଛି ଯେ, ରିଲାଏନ୍ସ ଫ୍ୟୁଚର ଗ୍ରୁପ ସହ ନିଜର ରାଜିନାମା ପୂରା କରିବାର ଶେଷ ତାରିଖ ୨୦୨୧ ସେପ୍ଟେମ୍ବର ୩୦ରୁ ବଢାଇ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିଛନ୍ତି।

ଫ୍ୟୁଚର ରିଟେଲ୍ ଏହା ପୂର୍ବରୁ ଏକ ରେଗୁଲେଟରୀ ଫାଇଲିଙ୍ଗରେ କହିଥିଲା ଯେ, ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଏହି ଚୁକ୍ତିନାମା ପାଇଁ ତାରିଖକୁ ୨୦୨୧ ମାର୍ଚ୍ଚ ୨୧ରୁ ୨୦୨୧ ସେପ୍ଟେମ୍ବର ୩୦  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କୌଣସି ମିଶ୍ରଣ କିମ୍ବା ଅଧିଗ୍ରହଣ ସଂପର୍କିତ ରାଜିନାମା ପାଇଁ ଅଧିକ ସମୟ ନେବା ଏକ ପ୍ରଚଳିତ ଶୈଳୀ। ଏହି ସମୟ ମଧ୍ୟରେ ରାଜିନାମା ପାଇଁ ପୂର୍ବରୁ ସ୍ଥିର ସର୍ତ୍ତକୁ ପୂରା କରାଯିବାର ନିଷ୍ପତ୍ତି ନିଆଯାଇଥାଏ। ଚୁକ୍ତି ପୂରା କରିବା ପାଇଁ ଦୁଇ ପାର୍ଟି ମଧ୍ୟରେ ସହମତି ପ୍ରକାଶ ପାଇଥାଏ।

ଗତ ସପ୍ତାହରେ ନ୍ୟାସନାଲ କମ୍ପାନୀ ଲ ବୋର୍ଡ(ଏନସିଏଲଟି) ଫ୍ୟୁଚର ଗ୍ରୁପର କମ୍ପାନୀକୁ ନିଜର ଅଂଶଧାରୀ ଏବଂ ଆର୍ଥିକ ସହାୟତା ଯୋଗାଉଥିବା ଲୋକଙ୍କ ବୈଠକ ଡକାଇବାକୁ କହିଥିଲା। ଯଦ୍ଵାରା ରିଲାଏନ୍ସ ଭେଞ୍ଚର୍ସକୁ ନିଜର ସଂପତ୍ତି ବିକ୍ରି କରିବା ନିଷ୍ପତ୍ତି ଉପରେ ସଭିଙ୍କ ମଞ୍ଜୁରୀ ଓ ମତାମତ ନିଆଯାଇ ପାରିବ। ହେଲେ ଆମାଜନ ଏହାର ବିରୋଧ କରିଥିଲା। କିନ୍ତୁ ଏନସିଏଲଟି ଆମାଜନର ଆବେଦନ ଅଗ୍ରାହ୍ୟ କରି ଦେଇଥିଲେ।

ଆମାଜନ ବିରୋଧ କରି କହିଥିଲା ଯେ, ରିଲାଏନ୍ସ ସହ ଚୁକ୍ତି କରୁଥିବା ଫ୍ୟୁଚର୍ସ ଗ୍ରୁପ ବିରୋଧରେ ମାମଲା ଅର୍ବିଟ୍ରେସନରେ ରହିଛି। ଏଥିପାଇଁ ଏହି ଧରଣର ନିଷ୍ପତ୍ତି ଦିଆଯାଇ ପାରିବ ନାହିଁ। ଆମାଜନ ଦାବି କରି ଆସୁଛି ଯେ, ଫ୍ୟୁଚର ରିଟେଲ୍ ଲିମିଟେଡ୍‌ରେ ସେ ନିବେଶ କରିଛି। ଆମାଜନର ବିରୋଧ ଏବଂ ଅଦାଲତରେ ବିଚାରଧୀନ କାରଣରୁ ରିଲାଏନ୍ସ ଓ ଫ୍ୟୁଚର୍ସ ଗ୍ରୁପ ମଧ୍ୟରେ ୨୪,୭୧୩ କୋଟି ଟଙ୍କାର ରାଜିନାମା ଚୂଡାନ୍ତ ହୋଇ ପାରୁନାହିଁ।



from Prameya News7 https://ift.tt/3A0UPVu
ଫ୍ୟୁଚର୍ସ ଗ୍ରୁପ ସହ ୨୪,୭୧୩ କୋଟି ଟଙ୍କାର ରାଜିନାମା ପୂରା କରିବା ପାଇଁ ଦ୍ଵିତୀୟ ଥର ତାରିଖ ବଢାଇଲା ରିଲାଏନ୍ସ ଫ୍ୟୁଚର୍ସ ଗ୍ରୁପ ସହ ୨୪,୭୧୩ କୋଟି ଟଙ୍କାର ରାଜିନାମା ପୂରା କରିବା ପାଇଁ ଦ୍ଵିତୀୟ ଥର ତାରିଖ ବଢାଇଲା ରିଲାଏନ୍ସ Reviewed by SUBHENDU BARAL on October 01, 2021 Rating: 5

No comments:

Powered by Blogger.