ହ୍ୟାଟ୍ରିକ ନେଲେ ହର୍ଷଲ, ହ୍ୟାଟ୍ରିକ ପରାଜିତ ହେଲା ମୁମ୍ବାଇ । ଜାଣନ୍ତୁ ଆଇପିଏଲରେ ହ୍ୟାଟ୍ରିକ ୱିକେଟ କାହାଣୀ । Kanak News
କନକ ବ୍ୟୁରୋ : ରବିବାର ବାଙ୍ଗାଲୋର-ମୁମ୍ବାଇ ଆଇପିଏଲ ମ୍ୟାଚରେ ନୂଆ ଇତିହାସ ରଚିଛନ୍ତି ହର୍ଷଲ ପଟେଲ । ଚଳିତ ଆଇପିଏଲର ପ୍ରଥମ ହ୍ୟାଟ୍ରିକ ୱିକେଟ ନେବା ସହ ବାଙ୍ଗାଲୋରକୁ ଦେଇଛନ୍ତି ବଡ ବିଜୟ । ମୁମ୍ବାଇ ବିପକ୍ଷରେ ୫୪ ରନର ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଆରସିବି । ହର୍ଷଲ ହ୍ୟାଟ୍ରିକ ନେଇ ବାଙ୍ଗାଲୋରକୁ ବିଜୟ ଭେଟି ଦେଇଥିବା ବେଳେ ମୁମ୍ବାଇ ହ୍ୟାଟ୍ରିକ ପରାଜୟବରଣ କରିଛି । ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ କମାଲ କରିଥିଲେ ହର୍ଷଲ । ମୁମ୍ବାଇ ବିପକ୍ଷ ମ୍ୟାଚରେ ୫ଟି ୱିକେଟ ନେଇଥିଲେ ହର୍ଷଲ । ଆଉ ଏହାସହ ଆଇପିଏଲରେ ସର୍ବାଧିକ ୱିକେଟ ହାସଲକାରୀ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ହର୍ଷଲ ।
WHAT. A. MOMENT for @HarshalPatel23 #VIVOIPL #RCBvMI pic.twitter.com/tQZLzoZmj6
— IndianPremierLeague (@IPL) September 26, 2021
ଆଇପିଏଲରେ ଏଯାଏଁ ୧୭ ଜଣ ବୋଲର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଯେଉଁ ତାଲିକାରେ ହର୍ଷଲ ପଟେଲଙ୍କ ନାଁ ଯୋଡି ହୋଇଛି । ହାର୍ଦ୍ଦିକ, ପୋଲାର୍ଡ ଓ ରାହୁଲ ଚହରଙ୍କ ଲଗାତାର ୱିକେଟ ନେଇ ଏହି ସଫଳତା ପାଇଛନ୍ତି ହର୍ଷଲ । ଏବେ ଯାଏଁ ପଞ୍ଜାବ କିଙ୍ଗସ ଟିମର ବୋଲର ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଇଥିବା ବେଳେ ଅମିତ ମିଶ୍ରା ସର୍ବାଧିକ ୩ ଥର ହ୍ୟାଟ୍ରିକ ନେଇଛନ୍ତି । ଦିଲ୍ଲୀ ଡେୟାର ଡେଭିଲ୍ସ, ଡେକାନ ଚାଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅମିତ ମିଶ୍ରା ଏହି ସଫଳତା ପାଇଛନ୍ତି । ଅନ୍ୟପଟେ ଗୋଟିଏ ସିଜିନରେ ଯୁବରାଜ ସିଂ ୨ ଥର ହ୍ୟାଟ୍ରିକ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ସେହିଭଳି ଡେକାନ ଚାଜର୍ସ ପକ୍ଷରୁ ଖେଳୁଥିବା ବେଳେ ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ନେଇଥିଲେ ରୋହିତ ଶର୍ମା । ସେହିଭଳି ଆଇପିଏଲର ପ୍ରଥମ ସିଜିନରେ ଲକ୍ଷ୍ମୀପତି ବାଲାଜି ପ୍ରଥମ ହ୍ୟାଟ୍ରିକ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ ବାଲାଜୀ ।
The post ହ୍ୟାଟ୍ରିକ ନେଲେ ହର୍ଷଲ, ହ୍ୟାଟ୍ରିକ ପରାଜିତ ହେଲା ମୁମ୍ବାଇ । ଜାଣନ୍ତୁ ଆଇପିଏଲରେ ହ୍ୟାଟ୍ରିକ ୱିକେଟ କାହାଣୀ । first appeared on Kanak News.
from Kanak News https://ift.tt/3oi9mtA https://ift.tt/3EXCjkq
No comments: