ବାତ୍ୟା ଗୁଲାବ୍ ପ୍ରଭାବ : ସକାଳୁ ସକାଳୁ ଗଜପତିରେ ବର୍ଷା Kanak News

କନକ ବ୍ୟୁରୋ : ବାତ୍ୟା ଗୁଲାବର ପ୍ରଭାବରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାର ସମସ୍ତ ଅଂଚଳରେ ବର୍ଷା ଜାରି ରହିଛି । ସହର ଅପେକ୍ଷା ପାହାଡିଆ ଅଂଚଳରେ ବର୍ଷାର ପରିମାଣ ଅଧିକ ରହିଥିବା ସୂଚନା ରହିଛି । ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫ଟି ଗାଁରୁ ୫୮୬ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି ।

ଗୋଷାଣୀ, ଗୁମା. କାଶୀନଗର, ମୋହନା, ନୂଆଗଡ, ରାୟଗଡ ବ୍ଲକର ତଳିଆ ଅଂଚଳରୁ ଥିବା ଗାଁଗୁଡି ଖାଲି କରାଯାଉଛି । ୧୫ଟି ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଉଦ୍ଧାର ପ୍ରକ୍ରିୟା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ପହଂଚିଛନ୍ତି । କଳିଙ୍ଗପାଟନମରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କଲେ ଗଜପତି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

The post ବାତ୍ୟା ଗୁଲାବ୍ ପ୍ରଭାବ : ସକାଳୁ ସକାଳୁ ଗଜପତିରେ ବର୍ଷା first appeared on Kanak News.



from Kanak News https://ift.tt/3ocPyYH https://ift.tt/3zIqJ9l
ବାତ୍ୟା ଗୁଲାବ୍ ପ୍ରଭାବ : ସକାଳୁ ସକାଳୁ ଗଜପତିରେ ବର୍ଷା Kanak News ବାତ୍ୟା ଗୁଲାବ୍ ପ୍ରଭାବ : ସକାଳୁ ସକାଳୁ ଗଜପତିରେ ବର୍ଷା Kanak News Reviewed by SUBHENDU BARAL on September 25, 2021 Rating: 5

No comments:

Powered by Blogger.