ଟିକାକରଣରେ ରାଜ୍ୟରେ ନୂଆ ରେକର୍ଡ : ୩ କୋଟି ଡୋଜ ଟପିଲା କରୋନା ଟିକାକରଣ Kanak News

କନକ ବ୍ୟୁରୋ : ଟିକାକରଣରେ ଏକ ମାଇଲିଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକା ଦିଆଯାଇଛି । ମଙ୍ଗଳବାରଦିନ ୧୩୪୪ ଟିକା କେନ୍ଦ୍ରରେ ୨ ଲକ୍ଷ ୪୩ ହଜାର ୭୨ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ଗତକାଲି ସୁଦ୍ଧା ୩ କୋଟି ୧୦ ଲକ୍ଷ ୫ ହଜାର ୯୮୭ ଡୋଜ୍ ଟିକା ଦିଆଯାଇଛି । ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ଦୁଇ ଡେରଜ୍ ଟିକା ନେଇଛନ୍ତି ୮୨ ଲକ୍ଷରୁ ଅଧିକ ଲୋକ ନେଇଛନ୍ତି ଦୁଇ ଡୋଜ୍ ଟିକା । ଏଭଳି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ଦେଶରେ ମୋଟ ୮୭ କୋଟି ୬୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୬୪ କୋଟିରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ୨୩ କୋଟିରୁ ଅଧିକ ଲୋକ ଦୁଇ ଡୋଜ୍ ନେଇଛନ୍ତି ।

ଏବେ ଦୈନିକ ୪ଲକ୍ଷ ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଟିକାକରଣ ବଢ଼ିବାରେ ଲାଗିଛି । ମାତ୍ର ନିକଟରେ ବାତ୍ୟା କାରଣରୁ ରାଜ୍ୟରେ କିଛିଦିନ ପାଇଁ ଟିକାକରଣ ଧିମେଇ ଯାଇଥିଲା । ଅଧିକାଂଶ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖା ଯାଇଥିଲା । ମାତ୍ର ଏବେ ପୁଣିଥରେ ଟିକାକରଣ ଜୋର ଧରିବାକୁ ଆରମ୍ଭ କରିଛି । ଗତକାଲି୧୩୪୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮-୪୪ବର୍ଗର ୯୪ହଜାର ପ୍ରଥମ, ୬୮,୧୦୦ ଦ୍ବିତୀୟ ଡୋଜ୍, ୪୫ବର୍ଷରୁ ଅଧିକ ୪୧,୬୧୪ ପ୍ରଥମ ଓ ୩୮,୦୭୭ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ରାଜ୍ୟରେ ଏବେ ସୁଦ୍ଧା ୧୮-୪୪ବର୍ଗର ୬୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୧ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇ ସାରିଲେଣି ।

ଆଜି ରାଜ୍ୟରେ ୧୬୮୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ୧୨.୭ଲକ୍ଷ କୋଭିସିଲ୍‌ଡ ଓ ୪.୨୭ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ତେବେ ଆସନ୍ତା ଅକ୍ଟୋବର ମାସରେ କେନ୍ଦ୍ର ସରକାର ଓଡ଼ିଶାକୁ ଆବଣ୍ଟିତ ଟିକାର ପରିମାଣକୁ ବଢ଼ାଇ ଦେଇଛନ୍ତି । ଅକ୍ଟୋବରରେ ରାଜ୍ୟକୁ ୭୮ଲକ୍ଷରୁ ଅଧିକ ଡୋଜ୍ ଟିକା ମିଳିବ । ଯାହାକି ଚଳିତମାସ ତୁଳନାରେ ୧୮ଲକ୍ଷ ଡୋଜ୍ ଅଧିକ ।

The post ଟିକାକରଣରେ ରାଜ୍ୟରେ ନୂଆ ରେକର୍ଡ : ୩ କୋଟି ଡୋଜ ଟପିଲା କରୋନା ଟିକାକରଣ first appeared on Kanak News.



from Kanak News https://ift.tt/3ohCq4I https://ift.tt/3zNORqP
ଟିକାକରଣରେ ରାଜ୍ୟରେ ନୂଆ ରେକର୍ଡ : ୩ କୋଟି ଡୋଜ ଟପିଲା କରୋନା ଟିକାକରଣ Kanak News ଟିକାକରଣରେ ରାଜ୍ୟରେ ନୂଆ ରେକର୍ଡ : ୩ କୋଟି ଡୋଜ ଟପିଲା କରୋନା ଟିକାକରଣ Kanak News Reviewed by SUBHENDU BARAL on September 28, 2021 Rating: 5

No comments:

Powered by Blogger.