ନୂଆଦିଲ୍ଲୀ, ୨୬|୦୯: ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ନାଁ ନନେଇ ପାକିସ୍ତାନକୁ ଚାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘ ମଞ୍ଚରୁ ଇମ୍ରାନ କାଶ୍ମୀର ରାଗ ଗାଇଥିବା ବେଳେ ତାଙ୍କୁ ପରୋକ୍ଷରେ କଡା ଜବାବ ଦେଇଛନ୍ତି ମୋଦି ।
ମୋଦୀ କହିଛନ୍ତି ଯେ, ବିଶ୍ବରେ ଚରମପନ୍ଥୀଙ୍କ ବିପଦ ବଢୁଛି । ବିସ୍ତାରବାଦ ମନୋଭାବ ବଢି ଚାଲିଛି । ଅନେକ ସ୍ଥାନରେ ପ୍ରକ୍ସି ୱାର ଚାଲିଛି ।
ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ଯେଉଁମାନେ ଆତଙ୍କୀକୁ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିପଦ ରହିଛି । ପାକିସ୍ତାନ-ତାଲିବାନ ମଧୁଚନ୍ଦ୍ରିକାକୁ ବିଶ୍ବ ମଞ୍ଚରେ ରଖିଛନ୍ତି ମୋଦି । ଆଫଗାନିସ୍ତାନକୁ ଆତଙ୍କବାଦ ପାଇଁ ବ୍ୟବହାର କରାନଯାଉ । ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଜରୁରୀ । ଆଫଗାନିସ୍ତାନରେ ମହିଳା ଏବଂ ଶିଶୁଙ୍କ ପାଇଁ ସାହାଯ୍ୟର ହାତ ବଢି ଆସିବା ଉଚିତ । ସାରା ବିଶ୍ବ ଏନେଇ ସ୍ବର ଉଠାଇବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଠିକ ସମୟରେ କାମ ନହେଲେ, ସଫଳତା ମୂଲ୍ୟହାନ- ଚାଣକ୍ୟଙ୍କ ଏହି ବାକ୍ୟ କହି ଜାତିସଂଘର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି ମୋଦି । ଜାତିସଂଘକୁ ନିଜକୁ ସୁଧାରିବା ଆବଶ୍ୟକ, ବିଶ୍ୱସନୀୟତା ବଢାଇବାକୁ ପଡିବ । ଭାରତ-ପ୍ରଶାନ୍ତ ମହାସାଗରରେ ମୁକ୍ତ ବାଣିଜ୍ୟ ସପକ୍ଷରେ ଯୁକ୍ତି ରଖି ଚୀନକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମୁଦ୍ରକୁ ବିସ୍ତାରବାଦ ତାକତ କବଜା କରିବା ଅନୁଚିତ । ଏନେଇ ସାରା ବିଶ୍ବ ଏକ ସ୍ବରରେ ଆୱାଜ ଉଠାଇବା ଆବଶ୍ୟକ । ବିସ୍ତାରବାଦ ମାନସିକତା ବନ୍ଦ ହେବା ଜରୁରୀ ।
ଡେମୋକ୍ରାସି ସହ ଟେକନୋଲୋଜି- ଜାତିସଂଘରେ ଏହି ନାରା ଦେଇଛନ୍ତି ମୋଦି । ମହାମାରୀ ଶିକ୍ଷା ଦେଇଛି, ବିଶ୍ବ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହେବା ଜରୁରୀ । ଭାରତର ଭାକସିନ୍ ଅଭିଯାନ ଏହାର ବଡ଼ ଉଦାହରଣ । ଭାରତ ପ୍ରଥମଥର ପାଇଁ DNA ଭାକସିନ୍ ବନାଇବାରେ ସଫଳତା ପାଇଛି । ଗ୍ଲୋବାଲ୍ ଚେନ୍ ଭାକସିନ୍ ଉପରେ ମୋଦି ଗୁରୁତ୍ବ ଦେବା ସହ ସାରା ବିଶ୍ବର ଭାକସିନ୍ କମ୍ପାନୀକୁ ଭାରତରେ ଟିକା ବନାଇବା ପାଇଁ ଆହ୍ବାନ କରିଛନ୍ତି । ଭାରତୀୟ ଗଣତନ୍ତ୍ରର ଶକ୍ତି ନେଇ ମୋଦି କହିଥିଲେ, ଜଣେ ଚାହା ବାଲା ଏହି ମଞ୍ଚରୁ ଚତୁର୍ଥ ଥର ପାଇଁ ସମ୍ବେଧନ କରୁଛନ୍ତି । ଭାରତ ବିକାଶ କଲେ ସାରା ବିଶ୍ବ ଆଗେଇବ । ବିଶ୍ବ ଗଣତନ୍ତ୍ର ଭରସାଯୋଗ୍ୟ ପାର୍ଟନର ହେଉଛି ଭାରତ । ଶେଷରେ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ବାଣୀଶୁଣାଇଥିଲେ । ଭାରତର ମହାନତା ଏବଂ ଭାରତର ଅଦ୍ବିତୀୟ ଗଣତନ୍ତ୍ରକୁ ବିଶ୍ୱ ମଞ୍ଚରେ ଉପସ୍ଥାପନା କରିଥିଲେ ।
ସୂଚନଯୋଗ୍ୟ, ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ଆମେରିକା ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିଥିଲେ । ଏହାସହ ବିଭିନ୍ନ କମ୍ପାନୀର ସିଇଓଙ୍କ ମଧ୍ୟ ମୋଦି ଆଲୋଚନା କରିଥିଲେ ।
from Prameya News7 https://ift.tt/39E8I16
No comments: