ଲମତାପୁଟ, ୨୭|୦୯: ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ଏହାସହ ୪ ଜଣ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଶଗର ଛକ ନିକଟରେ ଲମତାପୁଟ , ମାଛକୁଣ୍ଡ ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରିଥିଲା । ପାଡୁଆ ଅଞ୍ଚଳରୁ ଦ୍ରୁତ ଗତି ରେ ଆସୁଥିବା ଦୁଇଟି କାରକୁ ଅଟକାଇଥିଲା ପୋଲିସ । କାରକୁ ଯାଞ୍ଚ କରିବା ବେଳେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟ କାରରେ ଥିବା ୪ ଜଣକୁ କାବୁ କରି ଗିରଫ କରିଛି ପୋଲିସ ।
ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି । ଏହି ଦୁଇଟି କାରରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ମଫିଆ ମଧ୍ୟପ୍ରଦେଶ ହର୍ଡା ଅଞ୍ଚଳର ସନ୍ଦୀପ ଠାକୁର , ଓମ ସର୍ମା , ରାଜେନ୍ଦ୍ର ଠାକୁର ଏବଂ ଶ୍ଳୋକ ଶ୍ରୀବାସଙ୍କୁ ଗିରଫ କରାଯାଇଛି ।
from Prameya News7 https://ift.tt/3obno0q
No comments: