ନୂଆଦିଲ୍ଲୀ ୦୪।୦୭: ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ସମୁଦ୍ର କୂଳିଆ ସହରାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ହଠାତ ମାଟି ଅତଡା ଧସି ଆସିଥିଲା। କଳା ମିଚ ମିଚ ପଙ୍କୁଆ କାଦୁଅ ଘରଦ୍ବାର ଭାଙ୍ଗି ମାଡ଼ି ଆସିଥିଲା ଆଉ ତାର ବିଶାଳ ଆଁ ଭିତରେ ସବୁକିଛି ଭର୍ତ୍ତି କରିଦେଇଥିଲା। ଛୋଟ ଛୋଟ କାର ଉପରେ ମାଡ଼ିଯାଇଥିଲା ମାଟି। ଘରଗୁଡ଼ିକ ତାଡ଼ି ଦେଇଥିଲା। ଏହି ଘଟଣାରେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ସେଲ୍ଫ ଡିଫେନ୍ ସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଧସି ଆସିଥିବା ମାଟି ଘରଦ୍ବାର ତାଡ଼ିନେଇଛି ସମୁଦ୍ର ପର୍ଯ୍ୟନ୍ତ। ପ୍ରାୟ ୩ଶହ ପରିବାର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଆଗକୁ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଆଗକୁ ଆହୁରି ମାଟି ଅତଡ଼ା ଖସିବାର ଆଶଙ୍କା କରି ଲୋକମାନଙ୍କୁ ସତର୍କ କରାଯାଇଛି। ଏପରିକି ପ୍ରଭାବିତ ହେବା ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି। ଜାପାନରେ ପ୍ରତିବର୍ଷ ୧୫ଶହ ଭୂସ୍ଖଳନ ଘଟଣା ଘଟୁଥିବା ବେଳେ ଗତ କିଛି ବର୍ଷ ଧରି ଏହାର ସଂଖ୍ୟା ବୃଦ୍ଧି ପାଇଛି।
from Prameya News7 https://ift.tt/3AooOrP
No comments: