୮ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୮୦୧୫ ପଜିଟିଭ୍‌

ଭୁବନେଶ୍ବର ୦୨।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୦୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୨୬୨୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୬୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୪୪୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୨୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୦ଜଣ, ବରଗଡ଼ ଜିଲ୍ଲାରୁ ୩୯୦ଜଣ, ଭଦ୍ରକ ଜିଲ୍ଲାରୁ ୧୪୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୮ଜଣ, ବୌଦ୍ଧ ଜିଲ୍ଲାରୁ ୧୦୩ଜଣ, କଟକ ଜିଲ୍ଲାରୁ ୪୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୬ଜଣ, ଗଜପତି ଜିଲ୍ଲାରୁ ୧୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୯ଜଣ, ଯାଜପୁର ଜିଲ୍ଲାରୁ ୧୯୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୪ଜଣ, କନ୍ଧମାଳ ଜିଲ୍ଲାରୁ ୬୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୩୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୯ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୨୦ଜଣ, ନୟାଗଡ଼ ଜିଲ୍ଲାରୁ ୧୮୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୬୪ଜଣ, ପୁରୀ ଜିଲ୍ଲାରୁ ୩୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୪୪୧ଜଣ, ସୋନପୁର ଜିଲ୍ଲାରୁ ୨୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୩୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୩୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୬୨୬୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୪୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୧୦୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୧୮୦୬୭୮ସାମ୍ପୁଲ ଟେଷ୍ଟ୍ ହୋଇଛି ।



from Prameya News7 https://ift.tt/3td6EVf
୮ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୮୦୧୫ ପଜିଟିଭ୍‌ ୮ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୮୦୧୫ ପଜିଟିଭ୍‌ Reviewed by SUBHENDU BARAL on May 01, 2021 Rating: 5

No comments:

Powered by Blogger.