ଭିଏତନାମରେ ଚିହ୍ନଟ ହେଲା ଭାରତ-ବ୍ରିଟେନ କରୋନା ଭାଇରସର ନୂତନ ଭାରିଆଣ୍ଟର ହାଇବ୍ରିଡ୍ : ବାୟୁରେ ଦ୍ରୁତ ଗତିରେ ବ୍ୟାପୁଛି
ନୂଆଦିଲ୍ଲୀ ୩୦/୫ : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଦ୍ୱିତୀୟ ଲହର ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି ସତ କିନ୍ତୁ ମଝିରେ ମଝିରେ କିଛି ଖବର ଚିନ୍ତାକୁ ବଢାଇଦେଉଛି । ଭିଏତନାମର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଏବେ ଟେନସନ ଆଣିଦେଇଛି । ଭିଏତନାମରେ କରୋନା ଭୂତାଣୁର ଏକ ନୂଆ ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଥିବା ସେ କହିଛନ୍ତି ।
Vietnam detects hybrid of Indian and UK COVID-19 variant https://t.co/rEiLkLMF7g pic.twitter.com/AztxukaazO
— Reuters (@Reuters) May 29, 2021
ସୂଚନା ଅନୁଯାୟୀ, ଏହା ଭାରତ ଏବଂ ବ୍ରିଟେନରେ ମିଳୁଥିବା COVID-19 ଭାଇରସର ନୂଆ ରୂପ । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ବାୟୁରେ ପ୍ରବଳ ବେଗରେ ବ୍ୟାପୁଛି । ଏଜେନ୍ସି ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ଗୁଏନ୍ ଥାନ ଲଙ୍ଗ ଏହାକୁ ଦୁଇଟି ପ୍ରକାରର ମିଶ୍ରଣ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏହା ଚିନ୍ତାର ବିଷୟ, କାରଣ ଖୁବ ଶୀଘ୍ର ଏହା ବାୟୁରେ କାୟା ବିସ୍ତାର କରୁଛି ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ଏହି ଭାରିଆଣ୍ଟ ବିଷୟରେ ଏହି ସୂଚନା ବିସ୍ତୃତ ଭାବରେ ଦିଆଯିବ । ତେବେ ଏହି ପ୍ରସଙ୍ଗରେ WHO ଦ୍ୱାରା କୌଣସି ବିବୃତ୍ତି ଦିଆଯାଇ ନାହିଁ । ସୂଚନା ଅନୁଯାୟୀ, ପୂର୍ବରୁ ଭିଏତନାମରେ ଭୂତାଣୁର ସାତୋଟି ପ୍ରକାର ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଭାରତ ଏବଂ ବ୍ରିଟେନରେ ମଧ୍ୟ ଥିବା ଭାରିଆଣ୍ଟ ଥିଲା । ଭାରତରେ ମିଳୁଥିବା କରୋନା ଭାରିଆଣ୍ଟ ନାମ B.1.617.2 ହୋଇଥିବାବେଳେ ବ୍ରିଟେନରେ ମିଳୁଥିବା ପ୍ରକାରଗୁଡିକର ନାମ B.1.1.7 ।
from Prameya News7 https://ift.tt/2R2s1LS
No comments: