ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ Kanak News
କନକ ବ୍ୟୁରୋ : ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି ।
ସେହିଭଳି ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୪ ରହିଛି । ଗତ ୨୪ଘଂଟାରେ ୪୭ ହଜାର ୪୬୨ ଟେଷ୍ଟ ହୋଇଛି ।
from Kanak News https://ift.tt/3gTLtF1 https://ift.tt/3eKKSD1
ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ Kanak News
Reviewed by SUBHENDU BARAL
on
April 30, 2021
Rating:
No comments: