କନକ ବ୍ୟୁରୋ : ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ଯୁବକ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ପ୍ରଶାସନିକ ଅଧିକାରୀ ସୁପ୍ରିୟା ସାହୁ ଏକ ଟୁଇଟ କରି ଚାଷୀ ଅମରେଶ ସିଂହ କରୁଥିବା ମହଙ୍ଗା ଚାଷ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ହପ୍ ସୁଟ୍ସ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପରିବା। ଏହାର କିଲୋ ପ୍ରତି ମୂଲ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏବଂ ଏହାକୁ ଚାଷ କରୁଛନ୍ତି ଅମରେଶ।
One kilogram of this vegetable costs about Rs 1 lakh ! World’s costliest vegetable,’hop-shoots’ is being cultivated by Amresh Singh an enterprising farmer from Bihar, the first one in India. Can be a game changer for Indian farmers https://t.co/7pKEYLn2Wa @PMOIndia #hopshoots pic.twitter.com/4FCvVCdG1m
— Supriya Sahu IAS (@supriyasahuias) March 31, 2021
ବିହାର ଔରଙ୍ଗାବାଦ ଜିଲ୍ଲାର କରମଡି ଗାଁରେ ଅମରେଶ ସିଂହ ବସବାସ କରନ୍ତି। ଦୁଇମାସ ପୂର୍ବରୁ ସେ ଏହି ଚାରା ଆଣି ଲଗାଇଥିଲେ। ଧୀରେଧୀରେ ଏହା ବଡ଼ ହେବାକୁ ଲାଗିଥିଲା। ହପ୍ ସୁଟ୍ସର ସବୁଠାରୁ ବଡ କ୍ରେତା ହେଲା ଆମେରିକା। ଏହି ପରିବା ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ସୁଟ୍ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଫୁଲ ମଦ ତିଆରି ପାଇଁ ବ୍ୟବହାର କରଯାଏ। ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ।
ବିହାର ଔରଙ୍ଗାବାଦରେ ରହୁଥିବା ଅମରେଶ ସିଂହ ଏକ ସାଧାରଣ ଚାଷୀ । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଅମରେଶ ଚାଷରେ ହିଁ ନିଜର କ୍ୟାରିୟର ତିଆରି କରିଛନ୍ତି। ୪୦ବର୍ଷର ଅମରେଶଙ୍କ ନାମ ଦେଶର ପ୍ରଗତିଶୀଳ ଚାଷୀଙ୍କ ତାଲିକାରେ ରହିଛି। ସେ ଶହେରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।
from Kanak News https://ift.tt/3cHTyu5 https://ift.tt/3wlIbjp
No comments: