୪ ଦିନ ତଳେ ମିଳିଥିଲା ନାବାଳିକାର ଝୁଲନ୍ତା ମୃତଦେହ, ଏବେ ସ୍କୁଲ ପାଖରେ ପଡିଛି ହାତଲେଖା ଚିଠି : ନ୍ୟାୟ ପାଇଁ କିଏ କରିଛି ପ୍ରାର୍ଥନା ?

ପାଟଣା,୦୨/୦୪: ମୃତ୍ୟୁକୁ ବିତିଗଲାଣି ୪ ଦିନ । ହଟୁନି ସସପେନ୍ସ । ତେବେ  ଝୁଲନ୍ତା ମୃତଦେହ ମିଳିବାର ୪ ଦିନ ପରେ ମିଳିଛି ମୃତ୍ୟୁ ସମ୍ପର୍କିତ କିଛି ହାତ ଲେଖା ଚିଠି ।  ତେବେ ପ୍ରେମ ବ୍ୟାପାରକୁ ନେଇ ନାବାଳିକାଙ୍କର ମୃତ୍ୟୁ ଘଟିଥିବା ଚିଠିରେ ଲେଖାଯାଇଛି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ଗ୍ରାମର ମୁଣ୍ଡା ସାହିରେ ଗତ ମଙ୍ଗଳବାର ରାତିରେ  ଜଣେ ନାବାଳିକାଙ୍କୁ ଝୁଲନ୍ତା ମୃତଦେହ ମିଳିଥିଲା । ଘର ନିକଟ ଏକ ଆକାଶିଆ ଗଛରେ ନାବାଳିକାଙ୍କ  ମୃତଦେହ ଠାବ କରିଥିଲେ ଗାଁ ଲୋକେ । ଏହାପରେ  ପୋଲିସ ମୃତଦେହକୁ  ବୁଧବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

ମୃତ ନାବଳିକା ପୁରୁଣିଆଁ ଗ୍ରାମର ବିଳାସିନୀ ମୁଣ୍ଡା ହୋଇଥିବା ବେଳେ ତାହା ହତ୍ୟା ନା  ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିଲା ।ସେ ଚାଖୁଣ୍ଡାପାଳ ଗ୍ରାମରେ ମାମୁଁ ଘରେ ରହି ପଢୁଥିଲେ ।ଏନେଇ ତୁରୁମୁଙ୍ଗା ଥାନାରେ ୯/୨୧ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶୁକ୍ରବାର ସକାଳୁ ପୁରୁଣିଆଁ ସ୍କୁଲ ନିକଟରେ ଅନେକ ହାତ ଲେଖା ଚିଠି ପଡିଥିବା ଦେଖିବାକୁ ମିଳିଛି । ଉକ୍ତ ଚିଠିରେ ପ୍ରେମ ଜନିତ କାରଣରୁ ନାବାଳିକାର ମୃତ୍ୟୁ ହୋଇଥିବା ଲେଖା ଯାଇଥିବା ବେଳେ ଚାଖୁଣ୍ଡାପାଳ ଗ୍ରାମବାସୀ ସବୁ ଜାଣିଥିବା ଉଲ୍ଲେଖ କରାଯାଇଛି ।

ଏହାସହ ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ଚିଠିରେ ପ୍ରାର୍ଥନା କରାଯାଇଛି। ପୋଲିସ ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ହେଲେ ନାବାଳିକାର ମୃତ୍ୟୁକୁ ନେଇ କିଏ ହାତ ଲେଖା ଚିଠି ପକାଇଛି, ତାକୁ ନେଇ ପୁରୁଣିଆଁ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।



from Prameya News7 https://ift.tt/3udYqwR
୪ ଦିନ ତଳେ ମିଳିଥିଲା ନାବାଳିକାର ଝୁଲନ୍ତା ମୃତଦେହ, ଏବେ ସ୍କୁଲ ପାଖରେ ପଡିଛି ହାତଲେଖା ଚିଠି : ନ୍ୟାୟ ପାଇଁ କିଏ କରିଛି ପ୍ରାର୍ଥନା ? ୪ ଦିନ ତଳେ ମିଳିଥିଲା ନାବାଳିକାର ଝୁଲନ୍ତା ମୃତଦେହ, ଏବେ ସ୍କୁଲ ପାଖରେ ପଡିଛି ହାତଲେଖା ଚିଠି : ନ୍ୟାୟ ପାଇଁ କିଏ କରିଛି ପ୍ରାର୍ଥନା ? Reviewed by SUBHENDU BARAL on April 01, 2021 Rating: 5

No comments:

Powered by Blogger.