ଲମତାପୁଟ, ୦୪|୦୪ : ଲମତାପୁଟ ପୋଲିସକୁ ବଡ ସଫଳତା । ଶଗର ଅଞ୍ଚଳରୁ ଉତର ପ୍ରଦେଶ ଚୋରା ଚାଲଣ ବେଳେ ଦୁଇ ଗଞ୍ଜେଇ ମଫିଆଙ୍କୁ ମାଡ଼ି ବସିଲା ଲମତାପୁଟ ପୋଲିସ । ଏହାସହ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ଵାବଧାନରେ ଫାଣ୍ଡି ଅଧିକାରୀ ଲମତାପୁଟ ମୁଖ୍ୟ ବଜାରରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ଶଗର ଆଡୁ ଦ୍ରୁତ ଗତିରେ ଆସୁଥିବା ମାରୁତି କାରକୁ ଅଟକାଇ ଥିଲା ପୋଲିସ । ମାଫିଆମାନେ ଗାଡିକୁ ଅଟକାଇ ଥିଲେ ପୋଲିସ ଗାଡି ଯାଞ୍ଚ କରିବା ଆରମ୍ଭ କରିବା ସମୟରେ ମାଫିଆମାନେ ଧକ୍କା ଦେଇ ଦ୍ରୁତ ଗତିରେ କାରକୁ ନେଇ ଚାଲି ଯାଇଥିଲେ । ପୋଲିସ ଗଡିକୁ ପିଛା କରି ପ୍ରାୟ ୪ କିଲୋମିଟର ଦୂର କାଡାମ ଗ୍ରାମ ଛକ ନିକଟରେ ଗାଡିକୁ ଅଟକାଇବା ସହ ଦୁଇ ମଫିଆଙ୍କୁ କାବୁ କରିଥିଲା ।
କାର ପଛପଟେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାରରେ ଦୁଇଟି ବସ୍ତାରେ ପ୍ରାୟ ଏକ କ୍ଵିଣ୍ଟାଲ ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି। ଅଟକ ଯୁବକମାନେ ଉତ୍ତର ପ୍ରଦେଶର ଭଗୁ ଯାଦବ ଏବଂ ଜୟପ୍ରକାଶ ପଟେଲ ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ, ପର୍ସ ଜବତ କରିବା ପରେ ଏମାନେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ଵୀକାର କରିଛନ୍ତି ।
from Prameya News7 https://ift.tt/2PPL23g
No comments: