ରେକର୍ଡ କରୁଛି ମହାମାରୀ: ୨୪ ଘଣ୍ଟାରେ ୧ ଲକ୍ଷ ଟପିଲା ସଂକ୍ରମଣ, ମହାରାଷ୍ଟ୍ରରେ ସ୍ଥିତି ସଂଗୀନ

ମହାରାଷ୍ଟ୍ର ୫/୪: ଧିରେ ଧିରେ ସଂଗୀନ ହେଉଛି ସାରା ଦେଶରେ କରୋନା ସ୍ଥିତି । ଦେଶରେ ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଛି । ପ୍ରଥମ ଥର ପାଇଁ ରେକର୍ଡ କରିଛି ମାହାମାରୀ । ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭, ୮୯୪ । ଗତବର୍ଷ ସେପ୍ଟେମ୍ୱରରେ ସଂକ୍ରମଣ ସଂଖ୍ୟା ଏପରି ଥିଲା ।

ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି କଲାଣି । କେବଳ ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟାରେ ୫୭ ହଜାରରୁ ନୂଆ ମାମଲା ନଜର ଆସିଥିବାବେଳେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ କରୋନା କାୟା ବିସ୍ତାରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଦେଶବ୍ୟାପୀ ଟୀକାକରଣକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେବା ସହ ମହାରାଷ୍ଟ୍ର ସହ ପଞ୍ଜାବ, ଛତିଶଗଡ଼କୁ ପରିଦର୍ଶନ କରି କରୋନା କେସ୍ ବଢ଼ିବା ପଛର କାରଣ ଖୋଜିବାକୁ କେନ୍ଦ୍ରୀୟ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରବିବାରଠାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ସପ୍ତାହନ୍ତ ଲକଡାଉନ୍ କରିବା ସହ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ।



from Prameya News7 https://ift.tt/2Q090Zx
ରେକର୍ଡ କରୁଛି ମହାମାରୀ: ୨୪ ଘଣ୍ଟାରେ ୧ ଲକ୍ଷ ଟପିଲା ସଂକ୍ରମଣ, ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ରେକର୍ଡ କରୁଛି ମହାମାରୀ: ୨୪ ଘଣ୍ଟାରେ ୧ ଲକ୍ଷ ଟପିଲା ସଂକ୍ରମଣ, ମହାରାଷ୍ଟ୍ରରେ ସ୍ଥିତି ସଂଗୀନ Reviewed by SUBHENDU BARAL on April 04, 2021 Rating: 5

No comments:

Powered by Blogger.