ଭାରସାମ୍ୟ ହରାଇଲା ଗାଡ଼ି : ଶାଳ ଗଛରେ ପିଟିହେଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍, ଡ୍ରାଇଭର ମୃତ

କରଞ୍ଜିଆ ୦୪।୦୪: ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ମେଡିକାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, କେନ୍ଦୁଝର ଅଞ୍ଚଳର ବିଜୟ ଲୋହାର କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟି କପିଳାସରୁ କରଞ୍ଜିଆ ଦେଇ ଠାକୁରମୁଣ୍ଡା ଆସୁଥିଲେ । ଠିକ୍‌ ଏହି ସମୟରେ କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଥିଲା । ଯାହାଫଳରେ କି ଗାଡିରେ ଥିବା ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ହେଲପରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।



from Prameya News7 https://ift.tt/3cNGfsf
ଭାରସାମ୍ୟ ହରାଇଲା ଗାଡ଼ି : ଶାଳ ଗଛରେ ପିଟିହେଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍, ଡ୍ରାଇଭର ମୃତ ଭାରସାମ୍ୟ ହରାଇଲା ଗାଡ଼ି : ଶାଳ ଗଛରେ ପିଟିହେଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍, ଡ୍ରାଇଭର ମୃତ Reviewed by SUBHENDU BARAL on April 03, 2021 Rating: 5

No comments:

Powered by Blogger.