ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପରାଷ୍ଟ୍ରପତି

ଭୁବନେଶ୍ୱର ୦୩।୦୪: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ବାଣିବିହାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ବବିଦ୍ୟାଳୟ କୁଳପତି ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିସିପି। କ୍ୟାମ୍ପସ ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ କୋଭିଡ କଟକଣା ତଦାରଖ କରିଛି ବିଏମସି । ସମାବର୍ତ୍ତନ ହଲକୁ କରାଯାଇଛି ବିଶୋଧନ । ଏହା ସହ ଉପରାଷ୍ଟ୍ରପତିଙ୍କ ନିକଟରେ ବସିବାକୁ ଥିବା ବ୍ୟକ୍ତିଙ୍କ ବିଶେଷଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ଉତ୍ସବରେ ସାମିଲ ହେବାକୁ ଥିବା ଅତିଥି ଛାତ୍ରଛାତ୍ରୀଙ୍କର ମଧ୍ୟ ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ସମାବର୍ତ୍ତନ ଉତ୍ସବରେ ୫ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ, ୨୦୧୯-୨୦ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ଓ ସ୍ବର୍ଣ୍ଣପଦକ ପ୍ରଦାନ କରିବେ ଉପରାଷ୍ଟ୍ରପତି । ସେଠାରୁ ରାଜଭବନ ଫେରି ଅପରାହ୍ନରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ଉପରାଷ୍ଟ୍ରପତି ।

ଶୁକ୍ରବାର ଅପରାହ୍ନରେ କଟକ ଗସ୍ତ କରି ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଉପରାଷ୍ଟ୍ରପତି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା ଦରକାର । ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା ମାତୃଭାଷା ବା ସ୍ଥାନୀୟ ଭାଷାରେ ହେବା ଆବଶ୍ୟକ । କଟକ ସାରଳା ଭବନରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ଅବସରରେ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡ଼ୁ ।



from Prameya News7 https://ift.tt/2PwhKGX
ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପରାଷ୍ଟ୍ରପତି ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପରାଷ୍ଟ୍ରପତି Reviewed by SUBHENDU BARAL on April 02, 2021 Rating: 5

No comments:

Powered by Blogger.