ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ ! Rajalaxmi Sahoo

ଭୁବନେଶ୍ୱର: ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଯାତ୍ରୀ ଜଣକ ଗତକାଲି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଚଳନ୍ତା ଗାଡ଼ିରୁ ଉକ୍ତ ଯାତ୍ରୀଙ୍କୁ ‘ମୋ ବସ୍’ କର୍ମଚାରୀ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ ଉପରେ ବସ୍ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଲେ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷେ, ଘଟଣାକୁ ନେଇ ‘ମୋ ବସ୍’ କର୍ମଚାରୀ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

The post ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ ! appeared first on OTV Khabar..



from OTV Khabar. https://ift.tt/3dlx419
ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ ! Rajalaxmi Sahoo ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ ! Rajalaxmi Sahoo Reviewed by SUBHENDU BARAL on March 30, 2021 Rating: 5

No comments:

Powered by Blogger.