ସମ୍ବଲପୁରରେ ଟମାଟୋର ଅଭାବୀ ବିକ୍ରି : ମିଳୁନି ଉଚିତ ଦାମ, ବିଲ ଛାଡି ଦେଉଛି ଚାଷୀ Kanak News

କନକ ବ୍ୟୁରୋ : ସୁନ୍ଦରଗଡ଼ ପରେ ସମ୍ବଲପୁର ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି । ଜିଲ୍ଲାରେ ଟମାଟୋ ଚାଷୀଙ୍କ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଜି ପ୍ରତି ମାତ୍ର ୨ ଟଙ୍କା ଦରରେ ଟମାଟୋ ଦେବାକୁ କହୁଛନ୍ତି ବ୍ୟବସାୟୀ । ଫଳରେ ଏକର ଏକର ଚାଷ କରି ଭଲ ଦିପଇସା କମାଇବାକୁ ଆଶା କରିଥିବା ଚାଷୀ ହତାଶ ହୋଇଛନ୍ତି । ଏତିକି ଟଙ୍କାରେ ଟମାଟୋ ବିକିଲେ ତୋଳିବା ଖର୍ଚ୍ଚ ମଧ୍ୟ ଉଠୁନି । ତେଣୁ ଟମାଟୋ ତୋଳିବାକୁ ଚାହୁଁନାହାନ୍ତି ଚାଷୀ । ବିଲରେ ପଡି ରହିଛି କୁଇଂଟାଲ କୁଇଂଟାଲ ପାଚିଲା ଟମାଟୋ । ଏଥର ହାଇବ୍ରିଡ୍ ପଦ୍ଧତିରେ ଚାଷ କରିଥିଲେ ବଦୁଆପାଲିର ଚାଷୀ । ଫଳ ମଧ୍ୟ ଭଲ ହୋଇଥିଲା ।

ଫଳନ୍ତି ପେନ୍ଥା ଦେଖିଲେ ଲୋକଙ୍କ ଆଖି ଲାଖି ରହୁଥିଲା । ହେଲେ ଉଚିତ ଦାମ ଦେବାକୁ ରାଜି ହେଉନାହାନ୍ତି ବ୍ୟବସାୟୀ । ଯେତିକି ଟଙ୍କା ଦେଉଛନ୍ତି, ସେଥିରେ ଲାଭ ପାଇବା ଦୂରର କଥା, ତୋଲିବା ଖର୍ଚ୍ଚ ଉଠୁନି । ଏପଟେ ସମ୍ବଲପୁର ବଜାରରେ କିଲେ ଟମାଟୋକୁ ୮-୧୦ ଟଙ୍କାରେ ବିକ୍ରି କରିବା ବି କଷ୍ଟକର ହୋଇ ପଡୁଛି । ଏବର୍ଷ ପରିସ୍ଥିତି ଏପରି ହୋଇଛି ଯେ ଆଗାମୀ ଦିନରେ ଟମାଟୋ ଚାଷ କରିବାକୁ କେହି ଆଗ୍ରହ ଦେଖାଇବେ ନାହିଁ ।



from Kanak News https://ift.tt/2PdyJxn https://ift.tt/318oNrD
ସମ୍ବଲପୁରରେ ଟମାଟୋର ଅଭାବୀ ବିକ୍ରି : ମିଳୁନି ଉଚିତ ଦାମ, ବିଲ ଛାଡି ଦେଉଛି ଚାଷୀ Kanak News ସମ୍ବଲପୁରରେ ଟମାଟୋର ଅଭାବୀ ବିକ୍ରି : ମିଳୁନି ଉଚିତ ଦାମ, ବିଲ ଛାଡି ଦେଉଛି ଚାଷୀ Kanak News Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.