ପନ୍ତଙ୍କ ଫ୍ୟାନ୍ ହୋଇଗଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି, କହିଲେ- ‘ଧୋନୀ ଓ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇ ଦେବେ’
ଲାହୋର,୨୮/୦୩ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଖେଳାଳି ଇଞ୍ଜାମାମ ଉଲ-ହକ୍ ଭାରତୀୟ ଦଳର ଓ୍ୱିକେଟ କିପର ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି । ସେ ପନ୍ତଙ୍କୁ ନେଉ ବଡ ଭବିଷ୍ୟବାଣୀ କରିଛନ୍ତି । ଯଦି ପନ୍ତ ବର୍ତ୍ତମାନର ଫର୍ମ ବଜାୟ ରଖନ୍ତି ତେବେ ସେ ମହେନ୍ଦ୍ର ସିଂ ଧୋନୀ ଓ ପୂର୍ବତନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ବୋଲି ସେ କହିଛନ୍ତି ।
ଇଞ୍ଜାମାମ କହିଛନ୍ତି ଯେ, ପନ୍ତଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । ସେ ଗତ ୩୦-୩୫ ବର୍ଷରେ କେବଳ ଧୋନୀ ଓ ଗିଲଖ୍ରୀଷ୍ଟଙ୍କ ଦକ୍ଷତା ଦେଖିଛନ୍ତି । ଏହି ଦୁଇ ଖେଳାଳି ମ୍ୟାଚର ଗତିପଥ ବଦଳାଇ ଦିଅନ୍ତି । ପନ୍ତ ଯେଭଳି ଭାବେ ପ୍ରଦର୍ଶନ କରୁଛନ୍ତି ସେ ଅତିଶୀଘ୍ର ଧୋନୀ ଓ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ । ପନ୍ତ ୬-୭ ମାସ ହେଲା ନିଜ ଖେଳରେ ବହୁ ସୁଧାର କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ଗତିପଥ ବଦଳାଇଥିଲେ । ପନ୍ତ ମାତ୍ର ୪୦ ବଲରୁ ୭୭ ରନ୍ କରିଥିଲେ । ଏହି ଇନିଂସରେ ସେ ୭ ଛକା ଲଗାଇଥିଲେ ।
ଗତ ଅଷ୍ଟ୍ରେଲିଆ ଗସ୍ତରେ ପନ୍ତ ଦଳକୁ ଫେରିବା ପରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ସେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ୬ଟି ଟେଷ୍ଟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହ ଚଳିତ ସିରିଜରେ ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦ ବଲରୁ ବିସ୍ଫୋରକ ୭୭ ରନ୍ କରିଥିଲେ ।
from Prameya News7 https://ift.tt/3dclSnw
No comments: