ନୂଆଦିଲ୍ଲୀ ୩୦/୦୩: ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହେବା ପାଇଁ ବେଶୀ ସମୟ ଲାଗେ ନାହିଁ । ଏପରି କିଛି ଘଟିଛି ଅଭିନେତା ଅଜୟ ଦେବଗନଙ୍କ ସହ, ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ନାମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ଦେଖି ଲୋକମାନେ ଦାବି କରୁଥୁଲେ, ଅଭିନେତାଙ୍କୁ ଦିଲ୍ଲୀର ଏକ ପବ୍ ବାହାରେ ମାଡ ମରାଯାଇଥିଲା ।
ବାସ୍ତବରେ, ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଦିଲ୍ଲୀର ଏକ ପବ୍ ବାହାରେ ଥିଲା ଯେଉଁଠାରେ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ୟୁଜରମାନେ ଏହି ଭିଡିଓରେ ଅଜୟ ଦେବଗନଙ୍କୁ ମାଡ ହେଉଛି ବୋଲି ଦାବି କରିଥିଲେ ଏବଂ ଚାହୁଁ ଚାହୁଁ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଯାଇଥିଲା ।
ଭିଡିଓ ଭାଇରାଲ ହେବାକୁ ନେଇ ଅଜୟ ଦେବଗନ୍ ଟ୍ୱିଟ୍ କରି କହିଛନ୍ତି, ‘ଏପରି ଲାଗୁଛି ମୋ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଅସୁବିଧାରେ ପଡ଼ି ଯାଇଛନ୍ତି । ଏହି ସମ୍ବନ୍ଧୀୟ କଲ୍ ମଧ୍ୟ ମୋ ପାଖକୁ ଆସୁଛି । କେବଳ ସ୍ପଷ୍ଟ କରୁଛି- ମୁଁ କୌଣସି ସ୍ଥାନକୁ ଯାତ୍ରା କରି ନାହିଁ । ମୋର କୌଣସି ବିବାଦରେ ଥିବା ସମସ୍ତ ରିପୋର୍ଟ ଭିତ୍ତିହୀନ, ହାପି ହୋଲି ।’
ଏହି ପୂରା ପ୍ରସଙ୍ଗରେ ଅଜୟ ଦେବଗନଙ୍କ ଟିମ୍ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। ଅଜୟ ଦେବଗାନଙ୍କ ଟିମ୍ ଏହା କହିଛି, 'ଅଜୟ ଦେବଗନ ଗତ ବର୍ଷ ରିଲିଜ୍ ହୋଇଥିବା ତାହ୍ନାଜୀ - ଦ ଅନସଙ୍ଗ ୱାରିଅରକୁ ପ୍ରମୋଟ କରିବା ପାଇଁ ୨୦୨୦ ରେ ଦିଲ୍ଲୀ ଯାଇଥିଲେ । ସେବେଠାରୁ ସେ ଦିଲ୍ଲୀ ଯାଇନାହାଁନ୍ତି । ଅଜୟ ଦେବଗନ୍ ସେହି ଭିଡିଓରେ ନାହାଁନ୍ତି ଯାହା ମିଡିଆରେ କ୍ରମାଗତ ଭାବରେ ଭାଇରାଲ୍ ହେଉଛି । ଆମେ ସମସ୍ତ ନ୍ୟୁଜ୍ ଏଜେନ୍ସି ଏବଂ ମିଡିଆ ହାଉସକୁ ପ୍ରାର୍ଥନା କରୁଛୁ, ଏହି ମିଥ୍ୟା ଖବରକୁ ସଂଶୋଧନ କରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ଲଜଡାଉନ୍ ଖୋଲିବା ପରଠାରୁ ଅଜୟ ଦେବଗନ୍ ମୁମ୍ବାଇର ମୈଦାନ, ମେଡେ ଏବଂ ଗାଙ୍ଗୁବାଇ କାଠିଆୱାଡିର ସୁଟିଂ ମୁମ୍ବାଇରେ ହିଁ କରୁଛନ୍ତି।
from Prameya News7 https://ift.tt/3w7MDSG
No comments: