ଭୁବନେଶ୍ୱର,୨୨/୦୩ : ଭୁବନେଶ୍ୱର ଯାଆଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍କୁ ଏଯାଏଁ ମହିଳାଙ୍କ ପରିଚୟ ମିଳିନି । ପୋଲିସ ନିଖୋଜ ମହିଳାଙ୍କ ତାଲିକା ଖୋଜୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଦୀର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ପୀଡିତ ଥିବା ଜଣେ ମହିଳା ଏକ ବୃଦ୍ଧାଶ୍ରମରୁ ନିଖୋଜ ଥିଲେ । ତାଙ୍କର ଶାରୀରିକ ଗଢ଼ଣ, ବୟସ, ଉଚ୍ଚତା ସବୁ ନରକଙ୍କାଳ ସହ ମେଳ ଖାଉଛି । ପୋଲିସ ଉକ୍ତ ବୃଦ୍ଧାଶ୍ରମକୁ ତଦନ୍ତ ପାଇଁ ଯାଇଥିଲା । ସେଠାକାର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରି ଫେରିଥିବା ସୂଚନା ମିଳିଛି ।
ଅନ୍ୟପଟେ ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଫାଣ୍ଡିକୁ ଯାଇଥିବା ମହିଳାଙ୍କ ସମ୍ପର୍କରେ ତନାଘନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଏଥିରୁ କୌଣସି ତଥ୍ୟ ମିଳିନି । ବେଙ୍ଗାଲୁରୁସ୍ଥିତ ଘରୋଇ ଫୋରେନ୍ସିକ ଲ୍ୟାବ୍ରୁ ୨ ଦିନ ତଳେ ସ୍କେଚ୍ ଆସିଥିଲା । ଯାହା ଆଧାରରେ ମହିଳାଙ୍କ ପରିଚୟ ଖୋଜାଯିବ ବୋଲି ପୁଲିସ୍ କହିଥିଲା । କିନ୍ତୁ ସ୍କେଚ୍ ଆସିବା ସତ୍ତେ୍ୱ ଏଯାଏଁ ପୋଷ୍ଟର ମରାଯାଇ ପାରିଲାନି ।
ପୋଲିସର କହିବାନୁସାରେ, ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ପୂରା ପୁଲିସ ଫୋର୍ସ ବ୍ୟସ୍ତ ରହୁଛି । ତେଣୁ ପୋଷ୍ଟର ମାରିବାରେ ବିଳମ୍ବ ହେଉଛି । ଆଜି ଯାଁଳା ବଜାର ଓ ଆଖପାଖ ଗାଁର ସ୍କୁଲ ଘର, ବସ୍ଷ୍ଟାଣ୍ଡ, ଅଙ୍ଗନବାଡି କେନ୍ଦ୍ର ଭଳି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଏହି ପୋଷ୍ଟର ମରାଯିବ।
from Prameya News7 https://ift.tt/3tGQCUf
No comments: