ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି : ଜନନାୟକଙ୍କ ବାର୍ତ୍ତାକୁ ଓଡିଶାବାସୀଙ୍କ ନିକଟରେ ପହଁଚାଇବ ଗାନ୍ଧିସ୍ମାରକୀ ରଥ

ଭୁବନେଶ୍ୱର,୨୩/୦୩ :   ଆଜି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରିଛି ୧୦୦ ବର୍ଷ । ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟେଜନା କରାଯାଇଛି । ଗାନ୍ଧିଜୀଙ୍କର ବାର୍ତ୍ତା ଓ ଆଭିମୁଖ୍ୟ, ଗାନ୍ଧିକଥା ଓ ଗାନ୍ଧି ଚିନ୍ତନ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗାନ୍ଧିସ୍ମାରକୀ ରଥ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିସରରୁ ଯାତ୍ରା ଆରମ୍ଭ କରିଛି।

ଏହି ରଥ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲିବ । ସଚେତନତା ସହ ଖଦି ସାମଗ୍ରୀ ଏହି ରଥରେ ଉପଲବ୍ଧ ହେବ। ଲୋଗୋରେ ଦର୍ଶାଯାଇଥିବା ସବୁଜ କ୍ଷେତ୍ର ପରିବେଶ ଉପଯୋଗୀ ଦର୍ଶାଉଥିବା ବେଳେ ଖଦିକୁ ସ୍ୱାବଲମ୍ବିର ପ୍ରତୀକ ଭାବେ ଦର୍ଶାଯାଇଛି । ଏହି ଐତିହାସିକ ଦିବସକୁ ସ୍ମରଣକରି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ତରଫରୁ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଖଦି ବୋର୍ଡ଼ ପକ୍ଷରୁ ସ୍ମାରକୀ ଲୋଗୋ ଉନ୍ମୋଚନ କରାଯିବା ସହ ଖଦି ରଥ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ "ଗାନ୍ଧିଜୀ ଙ୍କ ଓଡିଶା ଆଗମନ ତଥା ଖଦି ଉପରେ ତାଙ୍କ ଆଭିମୁଖ୍ୟ', "ଖଦି ସପ୍ତାହକୁ ଥରେ (Khadi One in a Week" ଓ ରୋଜଗାର ସୃଜନ କାର୍ଯ୍ୟକ୍ରମ ସମ୍ପର୍କିତ ବୃତ୍ତଚିତ୍ର LED ପରଦାରେ ପ୍ରଦର୍ଶିତ କରାଯାଇଛି।

ସେହିପରି ବିଧାନସଭାରେ ମହାତ୍ମାଗାନ୍ଧିଙ୍କ ଉପରେ ହେବ ଆଲୋଚନା । ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତ ନେଇ ହେବ ସ୍ମୃତିଚାରଣ । ସ୍ବତନ୍ତ୍ର ମୋସନ ଆଣି ତିନି ଘଣ୍ଟା ଧରି ଆଲୋଚନା କରାଯିବ । ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।



from Prameya News7 https://ift.tt/397f3lU
ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି : ଜନନାୟକଙ୍କ ବାର୍ତ୍ତାକୁ ଓଡିଶାବାସୀଙ୍କ ନିକଟରେ ପହଁଚାଇବ ଗାନ୍ଧିସ୍ମାରକୀ ରଥ ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି : ଜନନାୟକଙ୍କ ବାର୍ତ୍ତାକୁ ଓଡିଶାବାସୀଙ୍କ ନିକଟରେ ପହଁଚାଇବ ଗାନ୍ଧିସ୍ମାରକୀ ରଥ Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.