୧୪ ଆତଙ୍କୀଙ୍କୁ ମୃତ୍ୟୁ ଦଣ୍ଡାଦେଶ : ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ହତ୍ୟା ଧମକ

ବାଂଲାଦେଶ ୨୪l୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ହତ୍ୟା ଧମକ ଘଟଣାରେ ୧୪ ଇସଲାମି ଆତଙ୍କୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗତ ୨୦୦୦ ହତ୍ୟା ଉଦ୍ୟମ ଘଟଣାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଢାକାର ଟ୍ରାଏଲ୍ କୋର୍ଟ । ଏମାନେ ସମସ୍ତେ ଆଇନ ବିରୋଧୀ ସଂଗଠନ ହରକତୁଲ୍ ଜିହାଦ୍ ବାଂଲାଦେଶ ସଂଗଠନ ଅର୍ଥାତ୍ ଡୁଜି-ବିର ସଦସ୍ୟ ।

୨୦୦୦ ମସିହା ୨୧ ଜୁଲାଇରେ ଶେଖ୍ ହସିନା ଦକ୍ଷିଣ ପଶ୍ଚିମ ନିର୍ବାଚନ କ୍ଷେତ୍ରରେ ପ୍ରଚାର କରୁଥିବା ସମୟରେ ଆତଙ୍କବାଦୀମାନେ ମୈଦାନରେ ୭୬ କିଲୋଗ୍ରାମର ବମ୍ ଲଗାଇଥିଲେ ସେମାନଙ୍କୁ ମାରିବା ପାଇଁ । ହେଲେ ସୁରକ୍ଷାକର୍ମୀଙ୍କ ସହାୟତାରେ ସେ ମୃତ୍ୟୁ ମୁହଁରୁ ବର୍ତ୍ତିଯାଇଥିଲେ । ଢାକା ଟ୍ରାଏଲ କୋର୍ଟର ଜଜ୍ କହିଛନ୍ତି ମୃତ୍ୟୁ ଦଣ୍ଡାଦେଶ ସମାଜ ପାଇଁ ସଚେତନ ସୃଷ୍ଟି କରିବ । ଏଯାଏଁ ୯ ଦୋଷୀଙ୍କୁ ଗିରଫ କରାଯାଇଛି, ବାକି ଅଭିଯୁକ୍ତମାନେ ଫେରାର୍ ଅଛନ୍ତି । ଏମାନଙ୍କୁ ଖୁବଶୀଘ୍ର ଧରାଯାଇ ଦଣ୍ଡାଦେଶ ଦିଆଯିବ । ବାଂଲାଦେଶରେ ଆଇନ୍ ବିରୋଧୀ ଅପରାଧୀ ତଥା ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବାର ପରମ୍ପରା ରହିଆସୁଛି । 



from Prameya News7 https://ift.tt/2QtJb4l
୧୪ ଆତଙ୍କୀଙ୍କୁ ମୃତ୍ୟୁ ଦଣ୍ଡାଦେଶ : ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ହତ୍ୟା ଧମକ ୧୪ ଆତଙ୍କୀଙ୍କୁ ମୃତ୍ୟୁ ଦଣ୍ଡାଦେଶ : ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ହତ୍ୟା ଧମକ Reviewed by SUBHENDU BARAL on March 23, 2021 Rating: 5

No comments:

Powered by Blogger.