ଆଶା ଆଶଙ୍କାରେ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ହେଲା ନିଷ୍ପତ୍ତି, ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର ୨୨।୦୩: ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ ହେବ । ଦେଶିବେହେରା ସାହି ବାପା ଘର ସମ୍ମୁଖରେ ଆଜି ରାତି ୯ଟା ସମୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରାତି ୯ଟା ରୁ ୩ ଟା ସମୟ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ ପାଇଁ ଶୁଭ ମୁହୂର୍ତ୍ତ ବାହାରିଥିବା ଯାତ୍ରା ମୁଖ୍ଯ ପି . ଦୁର୍ଗା ପ୍ରସାଦ କହିଛନ୍ତି ।

ଏହା ପୂର୍ବରୁ ୧୯ ତାରିଖରେ ଶୁଭ ମୁହୂର୍ତ୍ତ ବାହାରିଥିବା ବେଳେ ଯାତ୍ରା ସମୟ ଅବଧି ବିବାଦ ଯୋଗୁଁ ଶୁଭଖୁଣ୍ଟି ସ୍ଥାପନକୁ ସ୍ଥଗିତ ରଖାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ଯାତ୍ରା ଆୟୋଜକ ମଧ୍ୟରେ ବୈଠକ, ଆଲୋଚନା ପରେ ପୁଣି ଥରେ ଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଥିଲା । ଏବେ ପୁଣି ଯାତ୍ରା ଅନୁଷ୍ଠିତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମନରେ ଖୁସି, ଆନନ୍ଦ ଦେଖାଦେଇଛି ।

ଦୁଇ ବର୍ଷକୁ ଥରେ ପାରମ୍ପାରିକ ମାଆ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବିଧି ରହିଛି । ଦକ୍ଷିଣ ଓଡ଼ିଶାର ଜାନି ଯାତ୍ରା ମଧ୍ୟରେ ବ୍ରହ୍ମପୁରର ମାଆ ବୁଢୀ ଠାକୁରାଣୀ ଯାତ୍ରା ପ୍ରସିଦ୍ଧି ରହିଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯାତ୍ରାର ଅବଧି ବର୍ତ୍ତମାନ ୭ ଦିନ ଅନୁମତି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତି ଅନୁଧ୍ୟାନ କରି ଯାତ୍ରା ଅବଧି ବୃଦ୍ଧି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।



from Prameya News7 https://ift.tt/2QuDYcH
ଆଶା ଆଶଙ୍କାରେ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ହେଲା ନିଷ୍ପତ୍ତି, ସ୍ଥାପନ ହେବ ଶୁଭଖୁଣ୍ଟି ଆଶା ଆଶଙ୍କାରେ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ହେଲା ନିଷ୍ପତ୍ତି, ସ୍ଥାପନ ହେବ ଶୁଭଖୁଣ୍ଟି Reviewed by SUBHENDU BARAL on March 21, 2021 Rating: 5

No comments:

Powered by Blogger.