ତେଲକୋଇ ୨୭।୦୩: ଜଳୁଛି ଜଙ୍ଗଲ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଖବର ଅନୁଯାୟୀ, ତେଲକୋଇ ରେଞ୍ଜ ସମାକୋଇ , କଳାପାଟ, ବେଣାମୁଣ୍ଡା, ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ହୁତ ହୁତ ନିଆଁ ଲାଗିଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ଵ୍ୟାପିବାରେ ଲାଗିଛି। ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗାଁ ନିକଟ ପଥର ହୁଳି ସହିତ ନାଠିକଟା ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ବେଣାମୁଣ୍ଡା ଗାଁ ପାଖ ଜଙ୍ଗଲର ହେକ୍ଟର ହେକ୍ଟର ଜଙ୍ଗଲରେ ନିଆଁ ଲାଗିଛି ।
ସେହିପରି କାଞିପାଣି ଘାଟିର ମହାଦେବ ଘାଟି ଜଙ୍ଗଲରେ ମଧ ନିଆଁ ଲାଗିଛି । ହୁତହୁତ ହୋଇ ନିଆଁ ଜଳିବା ଦ୍ୱାରା ଶାଳ ପିଆଶାଳ ସମେତ ଅନେକ ଔଷଧୀୟ ବୃକ୍ଷଲତା ପୋଡିଯାଉଛି । ଜଙ୍ଗଲରେ ବାରହା, ସମ୍ବର, ହରିଣ, ମାଙ୍କଡ଼ ଠେକୁଆ ଭଳି ଅନେକ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ଏପିରିକି ହାତୀପଲ ମଧ୍ୟ ନିଜର ସୁରକ୍ଷା ପାଇଁ ଗାଁ ନିକଟକୁ ଚାଲିଆସୁଛନ୍ତି
ସେପଟେ ଡିମିରିଆ ଗାଁ ପାଖ କାଜୁ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜଙ୍ଗଲ ରେ ନିଆଁ ଲିଭୁନଥିବାରୁ ବନବିଭାଗ ମଧ୍ୟ ଚିନ୍ତାରେ ପଡିଛି । ଅଗ୍ନି ନିର୍ବାପକ ସ୍କ୍ବାର୍ଡ ସହିତ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ନିଆଁ ଆୟତ ହେବାର ନାଁ ଧରୁନି ।
from Prameya News7 https://ift.tt/39kFxQT
No comments: