ଭୁବନେଶ୍ୱର ୨୮।୦୩ : ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ମହାରଥୀଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେଡ଼ିର ନେତା ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ଆମ ପରିବାର ଓ ମୋର ପୁତ୍ରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଏହାଠୁ ବଳି ବଡ଼ ଖୁସି ଖବର ନାହିଁ। ମୋ ପୁଅ ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଥିବାରୁ , ମା ହିସାବରେ ମୁଁ ବହୁତ ଖୁସି। ମୋର ସବୁ ପ୍ରକାର ଆର୍ଶୀବାଦ ମୋ ପୁଅ ପାଇଁ ରହିବ ବୋଲି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀର ଆର୍ଶୀବାଦ ଏବଂ ଆମ ପରିବାର ସମସ୍ତଙ୍କର ଆର୍ଶୀବାଦରେ ମୋ ପୁଅ ନିର୍ବାଚନରେ ବିଜୟୀ ହେବ । ନିର୍ବାଚନରେ ରୁଦ୍ର ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି।
ସେହିପରି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଗଣମାଧ୍ୟମରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାହାକି ପୁରା ଭୁଲ୍ । ପ୍ରାର୍ଥୀଙ୍କୁ ନେଇ ପରିବାରରେ କୌଣସି ପ୍ରକାରର ମତଭେଦ ନାହିଁ । ଏପରିକି ରୁଦ୍ରଙ୍କୁ ପ୍ରାର୍ଥୀ କରିବାରେ ଦଳରେ କୌଣସି ପ୍ରକାରର ଫାଟ ସୃଷ୍ଟି ହେବା କଥା ମିଛ । ତେଣୁ ବିଜୁ ଜନତା ଦଳ ଓ ମହରାଥୀ ପରିବାର ଭିତରେ ପ୍ରାର୍ଥୀଙ୍କୁ ନେଇ କିଛି ଦ୍ୱନ୍ଦ ନାହିଁ । ଆମେ ସବୁ ଏକ ଅଛୁ, ଆଉ ଏକ ମନ ଏକ ପ୍ରାଣରେ ନିର୍ବାଚନ ଲଢ଼ିବୁ ବୋଲି ପ୍ରତାପ ଦେବ କହିଛନ୍ତି ।
from Prameya News7 https://ift.tt/3dgNYxI
No comments: