ପୋଲିସ୍ ଭୁଲିଗଲା ମାନବିକତା, ହେଲମେଟ୍ ପିନ୍ଧି ନଥିବାରୁ ୩ କିମି ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ

ଉଦଳା ୨୯।୦୩: ପୋଲିସ୍ ଭୁଲିଗଲା ମାନବିକତା । ହେଲମେଟ ଚେକିଂ ଆଳରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ଥିବା ସମବେଦନାକୁ ଭୁଲିଗଲା ପୋଲିସ୍ । ୩ କିଲୋମିଟର ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଂଚଳରେ ।

ଖବର ଅନୁଯାୟୀ, ଶରତ ଥାନା ଅଂଚଳର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କ ବାଇକରେ ନେଇ ଡାକ୍ତର ଚେକଅପ୍ ନିମନ୍ତେ ଉଦଳା ଆସୁଥିଲେ । ଶରତ ଛକ ନିକଟରେ ପୋଲିସର ଚେକିଂ ଚାଲିଥିବା ବେଳେ ସେଠାରେ ବିକ୍ରମ ଅଟକିଥିଲେ । ପୋଲିସ୍ ବିକ୍ରମଙ୍କ ହେଲମେଟ ଚେକିଂ କରିବା ସହିତ ଗାଡିର କାଗଜପତ୍ର ଯାଂଚ କରିଥିଲା । ସବୁ ଠିକ୍ ଥିଲା । ହେଲେ ତାଙ୍କ ସ୍ତ୍ରୀ ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ୍ ଚାଲାଣ କାଟିଥିଲା । ଚାଲାଣ କାଟିଦିଅନ୍ତୁ ଅନଲାଇନ୍‌ରେ ଫାଇନ୍‌ ପୈଠ କରିବାକୁ ବିକ୍ରମ କହିଥିଲେ । ଏହାକୁ ନେଇ ପୋଲିସ ସହିତ ବିକ୍ରମଙ୍କର ଯୁକ୍ତିତର୍କ ହୋଇଥିଲା ।

ଏହାପରେ ପୋଲିସ ବିକ୍ରମଙ୍କ ଗାଡ଼ିକୁ ନିଜ ହେପାଜତକୁ ନେବା ସହ ତାଙ୍କୁ ଭ୍ୟାନ୍‌ରେ ବସାଇ ଥାନାକୁ ନେଇଯାଇଥିଲା । କିନ୍ତୁ ରାସ୍ତାରେ ବିକ୍ରମଙ୍କ ସ୍ତ୍ରୀଙ୍କୁ ଏକୁଟିଆ ଛାଡି ଦେଇଥିଲା ପୋଲିସ । ବିକ୍ରମଙ୍କ ସ୍ତ୍ରୀ ମଧ୍ୟ ପୋଲିସ ଗାଡ଼ିରେ ଥାନାକୁ ଯିବାକୁ କହିଥିଲେ ସୁଦ୍ଧା କେହି ଶୁଣିନଥିଲେ । ଦୀର୍ଘ ସମୟ ଧରି ପୋଲିସ ବିକ୍ରମଙ୍କୁ ଥାନାରେ ବସାଇବା କାରଣରୁ ତାଙ୍କ ସ୍ତ୍ରୀ ଚେକିଂ ସ୍ଥାନରୁ ପ୍ରାୟ ୩କିମି ଚାଲି ଚାଲି ଶରତ ଥାନାକୁ ଯାଇଥିଲେ । ଜଣେ ୮ମାସର ଗର୍ଭବତୀୟ ମହିଳା ଖରାରେ ୩କିମି ଚାଲିବା ଯିବା ଏବଂ ପୋଲିସ ନିଜର ମାନବିକତା ଭୁଲିଯିବ ଘଟଣାକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।



from Prameya News7 https://ift.tt/39kdlNZ
ପୋଲିସ୍ ଭୁଲିଗଲା ମାନବିକତା, ହେଲମେଟ୍ ପିନ୍ଧି ନଥିବାରୁ ୩ କିମି ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ ପୋଲିସ୍ ଭୁଲିଗଲା ମାନବିକତା, ହେଲମେଟ୍ ପିନ୍ଧି ନଥିବାରୁ ୩ କିମି ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ Reviewed by SUBHENDU BARAL on March 28, 2021 Rating: 5

No comments:

Powered by Blogger.