ନବରଙ୍ଗପୁର ୨୮।୦୩ : ବାହାର ରାଜ୍ୟକୁ ଚାଲାଣ ବେଳେ ୪୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଶ୍ରମ ବିଭାଗ । ୨ଟି ବସ୍ ରେ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ । ଗୋଟିଏ ବସ୍ ରେ ଥିବା ୨୩ ଜଣ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମା ଅଞ୍ଚଳରୁ ଜଣେ ଦଲାଲ ହାଇଦ୍ରାବାଦ ନେଉଥିଲା ।
ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିଲେ । ଏହି ବସ୍ କୁ ଶ୍ରମ ଅଧିକାରୀ ଅଟକ ରଖିଥିବା ବେଳେ , ଦଲାଲ ଜଣକ ଫେରାର ହେଇଯାଇଛି। ସେପଟେ ଆଉ ଏକ ୧୮ ଜଣିଆ ଶ୍ରମିକ ଦଳ କେରଳ ଯାଉଥିବା ବେଳେ ,ଶ୍ରମ ବିଭାଗ ସେମାନଙ୍କୁ ଅଟକାଇଥିଲା । ତେବେ ସେମାନେ ନିଜ ଇଚ୍ଛାରେ କେରଳ ଯାଉଥିବା କହିବା ପରେ ସେମାନଙ୍କୁ ପଞ୍ଜିକରଣ କରି କେରଳ ଯିବାକୁ ଅନୁମତି ଦିଆଯାଇଛି । ଜିଲ୍ଲାରେ କାମ ଅଭାବ ସାଙ୍ଗକୁ ମନରେଗା କାମ ମେସିନ ଦ୍ୱାରା କରାଯାଉଥିବାରୁ , କାମ ନ ପାଇ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ କହିଛନ୍ତି ।
from Prameya News7 https://ift.tt/39jG31A
ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ୪୧ଜଣଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ
Reviewed by SUBHENDU BARAL
on
March 27, 2021
Rating:
No comments: