ବିନା ଭକ୍ତରେ ହେଲା ମାଘବୁଡ, ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସାଧୁସନ୍ଥ ଏବଂ ମହାପ୍ରଭୁଙ୍କ ସେବକ

କୋଣାର୍କ ୧୯।୦୨: ବିନା ଭକ୍ତ ରେ ହେଲା ମାଘବୁଡ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ପ୍ରସିଦ୍ଧ ପବିତ୍ର ମାଘ ବୁଡ଼ ବିନା ଭକ୍ତରେ ଶେଷ ହୋଇଛି । ପ୍ରତ୍ୟେକ ବର୍ଷ ଏହି ମାଘ ସପ୍ତମୀ ବୁଡ଼ କୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ତାହା ବନ୍ଦ ରହିଛି ।

ତିନି ଠାକୁର ତ୍ରିବେଣୀଶ୍ବର,ଦକ୍ଷିଣଶ୍ବର,ଐଶାନେଶ୍ବର ଙ୍କୁ ବିନା ସାଜସଜ୍ଜାରେ ମେଳା ପଡିଆକୁ ଅଣାଯିବା ପରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ସେବକ ମାନେ ତିନି ଠାକୁରଙ୍କୁ ପବିତ୍ର ତୀର୍ଥ ପୁଷ୍କରିଣୀରେ ସ୍ନାନ କରାଇଥିଲେ । ପରେ ଉପସ୍ଥିତ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଆଳତି କରିଥିଲେ ।

ପ୍ରଶାସନର ନିଷ୍ପତ୍ତି ମୁତାବକ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମହାପ୍ରଭୁଙ୍କ ସେବକ ମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ଦର୍ଶନ କରିଥିଲେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମାତ୍ର ୫ ଶହ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଏହି ମାଘ ବୁଡ଼ କରାଯାଇଥିବାରୁ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।



from Prameya News7 https://ift.tt/2Nnnf9T
ବିନା ଭକ୍ତରେ ହେଲା ମାଘବୁଡ, ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସାଧୁସନ୍ଥ ଏବଂ ମହାପ୍ରଭୁଙ୍କ ସେବକ ବିନା ଭକ୍ତରେ ହେଲା ମାଘବୁଡ, ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କଲେ ସାଧୁସନ୍ଥ ଏବଂ ମହାପ୍ରଭୁଙ୍କ ସେବକ Reviewed by SUBHENDU BARAL on February 18, 2021 Rating: 5

No comments:

Powered by Blogger.